Advertisment

ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... ନୂଆ ଭାରତର ନୂଆ ସଂସଦ ସୌଧ, କର୍ମଦ୍ୱାରରେ ଶୋଭା ପାଉଛି କୋଣାର୍କ ଚକ୍ର

ଆଜି ଦେଶକୁ ମିଳିଥିବା ନୂଆ ସଂସଦ ଭବନ ନୂଆ ଭାରତ, ବିବିଧ ଭାରତ ଓ ଆତ୍ମନିର୍ଭର ଭାରତର ପ୍ରତୀକ । ଏହାର ସଂରଚନା ଅଦ୍ୱିତୀୟ, ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ।

undefined

new Parliament building

Advertisment

ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... । ନୂଆ ଭାରତର ନୂଆ ସଂସଦ ସୌଧ। ୧୪୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷା ଓ ଗର୍ବ-ଗୌରବର ଭବ୍ୟ ପ୍ରତୀକ । କେବଳ ଭାବନାତ୍ମକ ଭାବେ ନୁହେଁ, ଗଠନାତ୍ମକ ଦିଗରୁ ବି ଏଠି ସମାହିତ ହୋଇଛି ଭାରତର ବିବିଧତା। ନୂଆ ସଂସଦ ଭବନରେ ଲାଗିଛି ରାଜସ୍ଥାନର ପଥର, ମହାରାଷ୍ଟ୍ରର ଶାଗୁଆନ କାଠ, ଉତ୍ତରପ୍ରଦେଶର କାର୍ପେଟ୍, ତ୍ରିପୁରାର ବାଉଁଶ ଚଟାଣ, ଗୁଜରାଟର ଶଙ୍ଖମଲମଲ ପଥର ଓ ପିତ୍ତଳ କାରୁକାର୍ଯ୍ୟ। ଲୋକସଭା ଓ ରାଜ୍ୟସଭାର ଫଲ୍ସ ସିଲିଂରେ ଲାଗିଛି ଡାମନ-ଡିୟୁରୁ ଆସିଥିବା ଷ୍ଟିଲ୍ ଷ୍ଟ୍ରକଚର୍ । ମୁମ୍ବାଇରେ ତିଆରି ହୋଇଛି ଫର୍ଣ୍ଣିଚର୍। ହରିୟାଣାରୁ ଆସିଛି ବାଲି ଓ ଇଟା।

Advertisment

ମଧ୍ୟପ୍ରଦେଶରୁ ଆସିଛି ସଂସଦଭବନ ମୁଖ୍ୟ ପ୍ରବେଶପଥ, ଲୋକସଭା ଓ ରାଜ୍ୟସଭାରେ ଲାଗିଥିବା ବିରାଟ ଅଶୋକ ଚକ୍ର। ନୂଆ ସଂସଦ ସୌଧରେ 'ଏକ୍ ଭାରତ ଶ୍ରେଷ୍ଠ ଭାରତ'ର ଭାବନା ପ୍ରତିଫଳିତ ହେଉଛି ବୋଲି ଆଜି ଲୋକାର୍ପଣ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗଣତନ୍ତ୍ରର ମନ୍ଦିରରେ ଉତ୍କର୍ଷ କଳାର ମାଟି ଉତ୍କଳର ଝଲକ। ସଂସଦ ଭବନରେ ୩ଟି ପ୍ରମୁଖ ପ୍ରବେଶ ପଥ ଜ୍ଞାନ ଦ୍ୱାର, ଶକ୍ତିଦ୍ୱାର ଓ କର୍ମଦ୍ୱାର ଥିବା ବେଳେ, କର୍ମଦ୍ୱାରରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର ବିଶାଳ କାଂସ୍ୟ ପ୍ରତିରୂପ । ଖାଲି ଐତିହ୍ୟ ନୁହେଁ, ଆଧୁନିକତା ଦୃଷ୍ଟିରୁ ବି ଏହା ଅଦ୍ୱିତୀୟ।

Advertisment

୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି, ଭୂକଂପରୋଧୀ । ରହିଛି ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା । ୧୭ଶହରୁ ଅଧିକ କବାଟ-ଝରକା, ସାଢ଼େ ୩ କିଲୋମିଟର ଲମ୍ବା କରିଡର ଏବଂ ୧୨ଶହ ୭୨ ସାଂସଦଙ୍କ ପାଇଁ ବସିବା ସୁବିଧା, ଯାହାକି ପୁରୁଣା ପାର୍ଲାମେଣ୍ଟ ଠାରୁ ପ୍ରାୟ ୫ଶହ ଅଧିକ ।

ଜାତୀୟ ପକ୍ଷୀ ମୟୂର ଡିଜାଇନରେ ନିର୍ମିତ ଲୋକସଭାରେ ୮୮୮ ସିଟ୍ କ୍ଷମତା, ଜାତୀୟ ପୁଷ୍ପ ପଦ୍ମ ଡିଜାଇନରେ ନିର୍ମିତ ରାଜ୍ୟସଭାର ଅଛି ୩୮୪ ସିଟ୍ କ୍ଷମତା । ମିଳିତ ଅଧିବେଶନ ପାଇଁ କେବଳ ଲୋକସଭା ଗୃହ ହିଁ ପର୍ଯ୍ୟାପ୍ତ। ଉଭୟ ଗୃହରେ ବିରାଟ ମଲ୍ଟିମିଡିଆ ଡିସପ୍ଲେ ଏବଂ ପ୍ରତି ସାଂସଦଙ୍କ ପାଇଁ ଡେସ୍କରେ ଟଚ୍ ସ୍କ୍ରିନ୍ ଡିସପ୍ଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ପାଇଁ ୫୩୦ ସିଟ୍ ଏବଂ ସାଧାରଣ ଲୋକଙ୍କୁ ସଂସଦୀୟ କାର୍ଯ୍ୟଧାରା ଦେଖିବାର ସୁଯୋଗ ଦେବା ପାଇଁ ଗ୍ୟାଲେରି ମଧ୍ୟ ରହିଛି । ଏସବୁ ସହିତ ସାଂସଦ ମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରି, ଏକାଧିକ କମିଟି ରୁମ୍, ଡାଇନିଂ ଏରିଆ ଇତ୍ୟାଦି ସୁବିଧା ବି ସାମିଲ ରହିଛି ଏହି ନବନିର୍ମିତ ସଂସଦ ସୌଧରେ।...

Advertisment

ନୂଆ ସଂସଦ ସୌଧର ଅନ୍ୟତମ ଆକର୍ଷଣ ସାଜିଛି ଏହାର କେନ୍ଦ୍ରସ୍ଥଳରେ ନିର୍ମିତ ବିଶାଳ ସମ୍ବିଧାନ କକ୍ଷ। ପ୍ରଦର୍ଶିତ ହୋଇଛି ଭାରତର ଗଣତାନ୍ତ୍ରିକ ଐତିହ୍ୟ । ୯୭୧ କୋଟି ଟଙ୍କାର ଏହି ଅଦ୍ୱିତୀୟ ସଂସଦ ଭବନକୁ ନିର୍ମାଣ କରାଯାଇଛି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ। ଏଥିସହ ପ୍ରାୟ ଶହେ ବର୍ଷ ପୁରୁଣା ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରଣିତ କରାଯିବ ବୋଲି ସୂଚନା ମିଳିଛି ।...

New Parliament Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ