Advertisment

ଲାଲ୍‌ କିଲ୍ଲା ହମ୍‌ଲା: ଆତଙ୍କବାଦୀ ଅଶଫାକ୍‌କୁ ମିଳିବ ଫାଶୀ !

ଲାଲ୍‌ କିଲ୍ଲା ଆକ୍ରମଣ ମାମଲାରେ ଅଶଫାକ୍‌ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲାର ଶୁଣାଣି ପରେ ୨୦୧୧ ମସିହା, ଅଗଷ୍ଟ ୧୦ରେ ସୁପ୍ରିମକୋର୍ଟ ଅଶଫାକ୍‌ର ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ଅଦ୍ୟତନ ହୋଇଛି
Supreme Court

Supreme Court Reject Review Plea Of Convict LeT terrorist Mohammad Arif

Advertisment

୨୦୦୦ ମସିହାରେ ଲାଲ୍‌ କିଲ୍ଲା ଉପରେ ହୋଇଥିବା ଆକ୍ରମଣ ମାମଲାର ଦୋଷୀକୁ ମିଳିବ ଫାଶୀ ! ଏହି ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଅଶଫାକ୍‌ର ଫାଶୀ ଦଣ୍ଡାଦେଶ କାଏମ ରହିଛି। ଆତଙ୍କବାଦୀ ଅଶଫାକ୍‌ର ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାସହ ଆବେଦନର ପୁନର୍ବିଚାରକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। 

Advertisment

ଲାଲ୍‌ କିଲ୍ଲା ଆକ୍ରମଣ ମାମଲାରେ ଅଶଫାକ୍‌ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲାର ଶୁଣାଣି ପରେ ୨୦୧୧ ମସିହା, ଅଗଷ୍ଟ ୧୦ରେ ସୁପ୍ରିମକୋର୍ଟ ଅଶଫାକ୍‌ର ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଓପନ୍‌ କୋର୍ଟରେ ଦ୍ୱିତୀୟ ଥର ଆବେଦନର ପୁନର୍ବିଚାର ଉପରେ ଶୁଣାଣି କରିବା ପାଇଁ ଅଶଫାକ୍‌ ନିବେଦନ କରିଥିଲା।

ସୂଚନାଥାଉ କି, ୨୦୦୦ ମସିହା, ଡିସେମ୍ବର ୨୨ରେ ଅଶଫାକ୍‌ ରାତିରେ ସେନାର Barrack ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିରେ ସୁପ୍ରିମକୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଆକ୍ରମଣ ମାମଲାରେ ସେନାର ୨ ଜଣ ଯବାନ ସହିଦ ହୋଇଥିଲେ। ମାମଲାରେ ୧୧ ଜଣ ଦୋଷୀଙ୍କୁ ଦଣ୍ଡାଦେଶ ମିଳିସାରିଛି। ଏହି ହମ୍‌ଲା ପାଇଁ ଆତଙ୍କବାଦୀଙ୍କୁ ପାକିସ୍ତାନ ୧୦ ଲକ୍ଷ ଟଙ୍କା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। 

Advertisment
Supreme Court Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ