Advertisment

ଇତିହାସରେ ରେକର୍ଡ ! ଗୋଟିଏ ଦିନରେ ୭୮ ସାଂସଦ ସସପେଣ୍ଡ

ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।

Parliament

Parliament

Advertisment

ସଂସଦରେ ଗୋଟିଏ ଦିନରେ ୭୮ ସାଂସଦ ସସପେଣ୍ଡ । ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଗୃହରେ ହଟ୍ଟଗୋଳ, ହଙ୍ଗାମା ପାଇଁ ସେମାନଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନିଆଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ବହୁ ବରିଷ୍ଠ ସଦସ୍ୟ ।

Advertisment

ଲୋକସଭାର ୩୦ ସାଂସଦଙ୍କୁ ପୁରା ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି। ୩ଜଣଙ୍କ ରିପୋର୍ଟ ପ୍ରିଭିଲେଜ୍ କମିଟିକୁ ପଠାଯାଇଛି। ଆଜି ରାଜ୍ୟସଭାର ୩୪ ଜଣଙ୍କୁ ଏହି ଅଧିବେଶନରୁ ସସପେଣ୍ଡ କରାଯାଇଥିବା ବେଳେ ୧୧ ଜଣଙ୍କୁ ପ୍ରିଭିଲେଜ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି।

ଗତ ସପ୍ତାହରେ ୧୪ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା। ଏହାକୁ ମିଶାଇ ମୋଟ ୯୨ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଲୋକସଭା ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରି ସଦସ୍ୟମାନେ ଗୃହରେ ହଙ୍ଗାମା କରିଛନ୍ତି। ସ୍ଥିତି ସ୍ୱାଭାବିକ ନ ହେବାରୁ ଶେଷରେ ଗୃହର ଅଧ୍ୟକ୍ଷ କଡ଼ା ପଦକ୍ଷେପ ନେଇଛନ୍ତି। ଗୋଟିଏ ଦିନରେ ଉଭୟ ଗୃହର ୭୮ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।

Advertisment
BJP Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ