Advertisment

ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ, ଗୋଟିଏ ଦିନରେ ବାହାରିଲେ ୮ ହଜାରରୁ ଅଧିକ ପଜିଟିଭ୍‌

ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ। ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତକାଲି ମୁମ୍ବାଇରେ ୮ ହଜାର ୩୬ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
Record COVID Infections In A Day In Mumbai

Record COVID Infections In A Day In Mumbai

Advertisment

ମୁମ୍ବାଇ/କୋଲକାତା: ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତକାଲି ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ମୁମ୍ବାଇରେ ୮ ହଜାର ୩୬ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। BMC(Brihanmumbai Municipal Corporation)ର ତଥ୍ୟ ଅନୁସାରେ, ଆକ୍ରାନ୍ତଙ୍କ ମଧ୍ୟରୁ ୮୯% ଲକ୍ଷଣବୀହିନ। ମୁମ୍ବାଇର ସଂକ୍ରମଣକୁ ମିଶାଇ ମହାରାଷ୍ଟ୍ରରେ ଗତକାଲି ଦୈନିକ ସଂକ୍ରମଣ ୧୧ ହଜାର ପାର୍ କରିଛି।  

Advertisment

ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ। ସେହିପରି ମହାରାଷ୍ଟ୍ରରେ ଗତକାଲି ଆଉ ୫୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ହରିୟାଣାରେ ସମସ୍ତ ସ୍କୁଲ୍‌ ଓ କଲେଜ୍ ବନ୍ଦ ଘୋଷଣା କରାଯାଇଛି। ହରିୟାଣାରେ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ଓ ଜିମ୍ ମଧ୍ୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। 

ପଶ୍ଚିମବଙ୍ଗରେ ବି ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତକାଲି ୬ ହଜାର ୧୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଶ୍ଚିମବଙ୍ଗରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି ଜାରି କରିଛନ୍ତି।

Advertisment

ଆଜିଠୁ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ  ସ୍ପା, ସାଲୁନ୍, ବିଉଟି ପାର୍ଲର, ସୁଇମିଂ ପୁଲ୍, ଚିଡିଆ ଖାନା ଇତ୍ୟାଦି ବନ୍ଦ ରହିବ। ଏହାସହ ୫୦% କର୍ମଚାରୀରେ ଚାଲିବ ଅଫିସ। ସିନେମା ହଲ୍, ବାର୍,ରେଷ୍ଟୁରାଣ୍ଟ୍‌ ଆଦି ୫୦%ରେ ଚାଲିପାରିବ। ରାତି ୧୦ଟାରୁ ସକାଳ ୫ ଟା ଯାଏ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ।  ୫୦% ଯାତ୍ରୀରେ ଚାଲିବ ମେଟ୍ରୋ ଓ ଲୋକାଲ ଟ୍ରେନ୍। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଚିଡିଆଖାନା ବନ୍ଦ ରହିବ।  

COVID19 Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ