Advertisment

ହିମାଚଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬ କୁ ବୃଦ୍ଧି, ସନ୍ଧାନୀ କୁକୁର ସାହାଯ୍ୟରେ ଚାଲିଛି ନିଖୋଜଙ୍କୁ ଖୋଜା

ସେପଟେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ରହିଥିବାରୁ ମେସିନ୍ ଲଗାଇ ଏହାକୁ ହଟାଇବାକୁ ଉଦ୍ୟମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି।

ଅଦ୍ୟତନ ହୋଇଛି
ହିମାଚଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬ କୁ ବୃଦ୍ଧି, ସନ୍ଧାନୀ କୁକୁର ସାହାଯ୍ୟରେ ଚାଲିଛି ନିଖୋଜଙ୍କୁ ଖୋଜା

Kinnaur Landslide

Advertisment

ସିମ୍‌ଲା: କିନ୍ନୌରରେ ଭୂସ୍ଖଳନରେ କ୍ରମାଗତ ଭାବରେ ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ଆଜି ସକାଳୁ ଉଦ୍ଧାରକାରୀ ଟିମ୍‌କୁ ପୁଣି ଜଣଙ୍କ ଶବ ମିଳିଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୬ ଜଣଙ୍କ ଏହି ଦୁର୍ଘଟଣାରେ ପ୍ରାଣ ଯାଇଥିବା ଜଣାପଡ଼ିଛି। ଆଜି ଭୋର ୪ଟା ରୁ ହିଁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ସନ୍ଧାନୀ କୁକୁର ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଥିବା ଜଣାପଡ଼ିଛି।

Advertisment

ତେବେ ହିମାଚଳ ପ୍ରଦେଶ କିନ୍ନୌରରେ ବୁଧବାର ଘଟିଥିବା ଭୂସ୍ଖଳନରେ ଏବେ ଯାଏ ୧୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏବେ ବି ଘଟଣା ସ୍ଥଳରେ ଆଇଟିବିପି ଯବାନ, NDRF ଓ CISF ଟିମ୍ ସମେତ ସ୍ଥାନୀୟ ପ୍ରଶାସନର ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବୁଧବାର ଅପରାହ୍ନ ୧୨.୪୫ରେ ହିମାଚଳ ପ୍ରଦେଶ କାନ୍ନୌର ନୁଗାଲସରି ରିକଙ୍ଗ ପିଓ-ସିମଲା ଜାତୀୟ ରାଜପଥରେ ଏହି ଭୂସ୍ଖଳନ ହୋଇଥିଲା । ରାସ୍ତାରେ ଯାଉଥିବା ଏକ ସରକାରୀ ବସ୍ ଉପରେ ମାଟି ଅତଡ଼ା ଧସିବାରୁ ଏହା ଚାପି ହୋଇ ରହିଛି । ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ HRTCର ଏହି ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ସେହିଭଳି ଏକ ଟ୍ରକ୍ ସମେତ ଅନ୍ୟ କିଛି ଗାଡ଼ି ମଧ୍ୟ ମାଟି ଅତଡ଼ା ତଳେ ପୋତି ହୋଇ ରହିଛି ।

Advertisment

ସେପଟେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ରହିଥିବାରୁ ମେସିନ୍ ଲଗାଇ ଏହାକୁ ହଟାଇବାକୁ ଉଦ୍ୟମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି।

ସୂଚନାଯୋଗ୍ୟ ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ଏହି ଘଟଣା ଘଟିଥିଲା । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିଲା । ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା ବସ୍ । ତେବେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ପରେ ନିକଟସ୍ଥ ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ।

Advertisment
India Himachal Pradesh Kinnaur Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ