Advertisment

ବଡ଼ ନିଷ୍ପତ୍ତି: ବିଦେଶରୁ ସୁନା ଫେରାଇ ଆଣୁଛି RBI, ଆସିଲା ଲକ୍ଷେ କେଜି...!

୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।

ଅଦ୍ୟତନ ହୋଇଛି
RBI Moves 1 Lakh Kg Of Gold From UK Back To India

Gold- RBI

Advertisment

RBI ଫେରାଇ ଆଣିଲା ୧୦୦ ଟନ୍‌ ସୁନା । ଏହି ସବୁ ସୁନା ଆଗରୁ UKର ଟ୍ରେଜେରୀ ଭିତରେ ରହିଥିଲା । ଯାହାକୁ ଭାରତ ଏବେ ଫେରାଇ ଆଣିଛି । ଏହି ସବୁ ସୁନାକୁ ସୁରକ୍ଷିତ ଭାବେ ରଖିବା ପାଇଁ UKକୁ ଦାୟିତ୍ୱ ଦେଇଥିଲା ଭାରତ । ସୁନାକୁ ସୁରକ୍ଷିତ ରଖିବା ପାଇଁ ମୋଟା ଅଙ୍କର ସିକ୍ୟୁରିଟି ଫି’ ମଧ୍ୟ ନେଉଥିଲା UKର Bank of England ।

Advertisment

୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।

RBIର ଅଧାରୁ ଅଧିକ ସୁନା Bank of England ହେଫାଜତରେ ରହିଛି । ସ୍ୱତନ୍ତ୍ର ବ୍ୟବସ୍ଥା କରି ସୁରକ୍ଷିତ ଭାବେ ଏହି ସୁନାକୁ ରଖିଛି ବ୍ୟାଙ୍କ । ତେବେ ଏହି ସବୁ ସୁନାକୁ ଭାରତ ଫେରାଇ ଆଣିବା ପାଇଁ ଯେଉଁ ବଡ଼ ପଦକ୍ଷେପ ନେଇଛି RBI, ତାହା ନିଶ୍ଚିତ ଭାବେ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି । ଏହି ନିଷ୍ପତ୍ତି RBIର ଏକ ବଡ଼ ଖର୍ଚ୍ଚକୁ ଅଟକାଇବ ନିଶ୍ଚିତ । କାରଣ ଏହି ସୁନା ବିଦେଶରେ ରହିବା ଫଳରେ ଯେତିକି ସିକ୍ୟୁରିଟି ଫି’ ଦିଆଯାଉଥିଲା, ତାକୁ ଏବେ ଆଉ ଦେବାକୁ ପଡ଼ିବ ନାହିଁ ।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍‌ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ ତଥ୍ୟ ଅନୁସାରେ, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି। ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି। ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି।

Advertisment

ବ୍ୟାଙ୍କ ଅଫ୍ ଇଂଲଣ୍ଡ (BOI) ହେଉଛି ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର। ଅନେକ ଦେଶ ଏହି ସୁନା ଭଣ୍ଡାରରେ ନିଜର ସୁନା ରଖନ୍ତି। ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ଦେୟ ଦେବାକୁ ପଡ଼ିଥାଏ। ଭାରତ ମଧ୍ୟ ଏହି ଫି ପ୍ରଦାନ କରୁଛି। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଲଣ୍ଡନ ବ୍ୟାଙ୍କରେ ସୁନା ରଖୁଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ବିଦେଶରେ ଷ୍ଟକ୍ ବୃଦ୍ଧି ପାଉଥିବାରୁ ଆରବିଆଇ ଭାରତକୁ କିଛି ସୁନା ଫେରାଇ ଆଣିବାକୁ ଚାହୁଁଛି। ଭବିଷ୍ୟତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

RBI Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ