Advertisment

ଆରବିଆଇର ବଡ ସ୍କିମ୍‌; ଖୁଚୁରା ଖର୍ଚ୍ଚ କଲେ ମିଳିବ ରିହାତି

ବର୍ତ୍ତମାନ ସମୟରେ  ଅନଲାଇନ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଛୋଟବଡ ସବୁ ଦୋକାନ, ଅନୁଷ୍ଠାନରେ ବି ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ପାଇଁ ବିଭିନ୍ନ ଆପ୍‌ର ବ୍ୟବସ୍ଥା ରହିଛି। ଏହି କାରଣରୁ ଖୁଚୁରା କଏନ୍‌ର ବ୍ୟବହାର ହ୍ରାସ ପାଉଛି ।

Reserve Bank of India

Reserve Bank of India

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ  ଅନଲାଇନ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଛୋଟବଡ ସବୁ ଦୋକାନ, ଅନୁଷ୍ଠାନରେ ବି ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ପାଇଁ ବିଭିନ୍ନ ଆପ୍‌ର ବ୍ୟବସ୍ଥା ରହିଛି। ଏହି କାରଣରୁ ଖୁଚୁରା କଏନ୍‌ର ବ୍ୟବହାର ହ୍ରାସ ପାଉଛି । ଫଳରେ ଦିନକୁ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରେ ଖୁଚୁରା କଏନ୍ ବା ମୁଦ୍ରା ଜମା ହେବାରେ ଲାଗିଛି । ପୂର୍ବରୁ ଖୁଚୁରା କଏନ୍‌ ଦରକାର ପଡିଲେ RBI କେନ୍ଦ୍ରୀୟ ବ୍ୟାଙ୍କରୁ ଆଣିଥାଏ । କିନ୍ତୁ ଏବେ ଆର୍‌ବିଆଇ ପାଖରେ ଏତେ ମାତ୍ରାରେ କଏନ୍ ଜମା ଅଛି ଯେ ସେ ଆଉ କେନ୍ଦ୍ରୀୟ ବ୍ୟାଙ୍କରୁ ରେଜା ଟଙ୍କା ଆଣିବା ଦରକାର ପଡ଼ୁନି । ଏବେ ଏହି ଖୁଚୁରା ପଇସା ଆରବିଆଇର ବୋଝ ହୋଇ ପଡ଼ିଲାଣି। 

Advertisment

ବଜାରମାନଙ୍କରେ ଖୁଚୁରାର ବ୍ୟବହାର ହ୍ରାସ ପାଇବାରୁ ସେଗୁଡିକ ବ୍ୟାଙ୍କରେ ଜମା ହେବାରେ ଲାଗିଛି । ବ୍ୟାଙ୍କରେ ଏତେ ମାତ୍ରାରେ ରେଜା ଟଙ୍କା ଜମା ହେଲାଣି ଯେ ଆରବିଆଇ ସେଗୁଡିକୁ ଶୀଘ୍ର  ଖର୍ଚ୍ଚ କରିବାକୁ ଚାହୁଁଛି । ଯାହାକୁ ନେଇ ଆରବିଆଇ ଏକ ସ୍କିମ୍‌ ଘୋଷଣା କରିଛି । ସ୍କିମ୍ ଅନୁସାରେ ଏହି ମୁଦ୍ରା ଗୁଡିକୁ ଖର୍ଚ୍ଚ କଲେ ଆରବିଆଇ ପକ୍ଷରୁ ବ୍ୟାଙ୍କମାନଙ୍କର ଇନ୍‌ସେଟିଭ୍‌କୁ ବଢାଯିବ ।  ଇନସେଟିଭ୍‌ ବଢାଇଲେ ବ୍ୟାଙ୍କମାନେ ଟଙ୍କା ଦେଣନେଣରେ ଖୁଚୁରା ପଇସାର ବ୍ୟବହାର ବଢାଇବ ବୋଲି ଆରବିଆଇ ଆଶା କରୁଛି । ଗୋଟେ ବ୍ୟାଗ କଏନ୍‌ ଖର୍ଚ୍ଚ କଲେ ବ୍ୟାଙ୍କମାନଙ୍କୁ ପୂର୍ବରୁ ୨୫ ଟଙ୍କା ମିଳୁଥିଲା । କିନ୍ତୁ ଏବେ ଏହାକୁ ସ୍କିମ୍‌ ଅନୁଯାୟୀ ବଢାଯାଇଛି । ଏବେ ବ୍ୟାଙ୍କଙ୍କୁ ଗୋଟିଏ ବ୍ୟାଗ୍ କଏନ ପିଛା ୬୫ ଟଙ୍କା ଲେଖାଁଏ ମିଳିବ ।

Advertisment

ଯଦି ବ୍ୟାଙ୍କ ଏହି ଖୁଚୁରାଗୁଡିକୁ ଗାଁ ଓ ଛୋଟ ଛୋଟ ସହରାଞ୍ଚଳରେ ବ୍ୟବହାର କରିବ ତେବେ ପ୍ରତି ବ୍ୟାଗ୍ ପିଛା ୧୦ ଟଙ୍କା ଅଧିକ ଦିଆଯିବ ବୋଲି ଆର୍ ବିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । କାରଣ ଆଜି ବି ଗାଁ-ଗଣ୍ଡାର ହାଟ ଓ ବଜାର ଆଦିରେ ଅଧିକ ପରିମାଣରେ ଖୁଚୁରାର ବ୍ୟବହାର କରାଯାଉଛି । ଏହାଛଡା ହୋଲ୍‌ସେଲର୍ସ ଗ୍ରାହକଙ୍କୁ ସହଜରେ ଖୁଚୁରା ଟଙ୍କା ଯୋଗାଇ ଦେବା ପାଇଁ ଆରବିଆଇ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି।   

ଖୁଚୁରା ପଇସାର ବ୍ୟବହାର ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି।  କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକମାନେ ଅନ୍‌ଲାଇନ ଟ୍ରାଞ୍ଜାକ୍ସନକୁ ଅଧିକ ବ୍ୟବହାର କରୁଛନ୍ତି । ଫୋନ୍‌ ପେ,ଗୁଗଲ ପେ, ପେଟିଏମ୍‌, ଭିମ୍‌ ଆପ୍‌, ମାଧ୍ୟମରେ ଲୋକମାନେ ଅତି ସହଜରେ ଟଙ୍କା ଦେବାନେବା କରୁଛନ୍ତି । ଯାହା ଫଳରେ ଖୁଚୁରା ମୁଦ୍ରାର ବ୍ୟବହାରରେ ହ୍ରାସ ପାଇବାରେ ଲାଗଛି ।

Advertisment

ଖୁଚୁରା ମୁଦ୍ରା ବ୍ୟବହାର ହ୍ରାସ ପାଇବାର ଅନ୍ୟ ଏକ କାରଣ ହେଉଛି ଦରବୃଦ୍ଧି । କାରଣ ବର୍ତ୍ତମାନ ୧-୨ ଟଙ୍କାରେ ବହୁତ କମ୍ ଜିନିଷ ମିଳୁଛି । ତେଣୁ ଲୋକମାନେ ନିଜ ପାଖରେ କମ୍‌ ପରିମାଣର ଖୁଚୁରା ଟଙ୍କା ରଖୁଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ଗାଁମାନଙ୍କର ଦୋକାନରେ ଖୁଚୁରାର ବ୍ୟବହାର ପୂର୍ବ ପରି ରହିଛି । ତେଣୁ ବ୍ୟାଙ୍କ ଏହି ଅଞ୍ଚଳମାନଙ୍କ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

India News RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ