କିଏ ସେ ପ୍ରେମିକା, ଯାହା ପାଇଁ ରତନ ପାଲଟିଲେ ଭୀଷ୍ମ ! ଟାଳିଦେଲେ ବିବାହ ବନ୍ଧନ

ବ୍ୟକ୍ତିଗତ ଜୀବନରେ ବେଶ୍ ଚର୍ଚ୍ଚିତ ଥିଲେ ରତନ ଟାଟା । ମୋବାଇଲରୁ ଅଟୋ ମୋବାଇଲ୍, ହୋଟେଲରୁ ଏୟାରପୋର୍ଟ ସବୁ ବ୍ୟବସାୟରେ ସଫଳ ଥିଲେ କିନ୍ତୁ ପ୍ରେମରେ ସଫଳ ହୋଇପାରିନଥିଲେ ରତନ ।

Ratan Tata

ବ୍ୟକ୍ତିଗତ ଜୀବନରେ ବେଶ୍ ଚର୍ଚ୍ଚିତ ଥିଲେ ରତନ ଟାଟା । ମୋବାଇଲରୁ ଅଟୋ ମୋବାଇଲ୍, ହୋଟେଲରୁ ଏୟାରପୋର୍ଟ ସବୁ ବ୍ୟବସାୟରେ ସଫଳ ଥିଲେ କିନ୍ତୁ ପ୍ରେମରେ ସଫଳ ହୋଇପାରିନଥିଲେ ରତନ । ଆମେରିକାରେ ଥିଲା ବେଳେ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ । ୬୦ ଦଶକରେ ଜଣେ ଆମେରିକୀୟ ଯୁବତୀଙ୍କ ସହ ପ୍ରେମରେ ସେ ପଡ଼ିଥିଲେ ।

କିନ୍ତୁ ୧୯୬୨ ଭାରତ-ଚୀନ ଯୁଦ୍ଧ ଯୋଗୁଁ ସବୁ କିଛି ବିଗିଡ଼ି ଯାଇଥିଲା । ରତନ ଯୁବତୀଙ୍କୁ ବିବାହ କରି ଭାରତ ଆଣିବାକୁ ଚାହିଁଥିଲେ । କିନ୍ତୁ ଭାରତ-ଚୀନ ଯୁଦ୍ଧ ପରେ ସଂପୃକ୍ତ ଯୁବତୀ ଭାରତ ଆସିବାକୁ ଚାହିଁନଥିଲେ । ଚର୍ଚ୍ଚା ହୁଏ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ବି ତାଙ୍କର ପ୍ରେମ ସମ୍ପର୍କ ଥିଲା । ପ୍ରେମରେ ବିଫଳ ହେବା ପରେ ଆଉ ବିବାହ କରିନଥିଲେ ରତନ ।

ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି । ଟାଟା ଗ୍ରୁପ୍‌କୁ ବିଶ୍ୱରେ ପରିଚିତ କରିବା‌ରେ ସେ ଥିଲେ ବିନ୍ଧାଣୀ । ବ୍ୟବସାୟରେ ବିଚକ୍ଷଣ ଗୋଟି ଚାଳନାରେ ସେ ଥିଲେ ସିଦ୍ଧହସ୍ତ । ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ । କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ ।

ନିଜ ଲାଭର ୬୫ ପ୍ରତିଶତ ଦାନ କରୁଥିଲେ । ବଡ଼ କଥା ହେଉଛି ସେ ବିଶ୍ୱରେ ସବୁଠାରୁ ଅଧିକ ଦାନ ମଧ୍ୟ କରିଛନ୍ତି । ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି । ୨୧ ବର୍ଷ ଧରି ଟାଟା ଗ୍ରୁପ୍‌କୁ ସମ୍ଭାଳିଥିଲେ ରତନ ଟାଟା । କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରି ଟାଟା ଗ୍ରୁପର ଆର୍ଥିକ ସ୍ଥିତି ୫୦ ଗୁଣା ବଢ଼ାଇଥିଲେ । ୧୯୯୮ରେ ସେତେବେଳେ ଦେଶର ସବୁଠୁ ଛୋଟ ଗାଡ଼ି ଟାଟା ଇଣ୍ଡିକା ଭେଟିଦେଇଥିଲେ ।

୨୦୦୮ ଡ୍ରିମ୍ ପ୍ରୋଜେକ୍ଟ ଟାଟା ନାନୋ, ଲକ୍ଷେ ଟଙ୍କିଆ କାର୍ ଭେଟି ଦେଇଥିଲେ । ବିଶ୍ୱର ସବୁଠୁ ଶସ୍ତା କାର୍‌ ‘ନାନୋ’ ଥିଲା ତାଙ୍କ ମାନସ ସନ୍ତାନ । ଲକ୍ଷେ ଟଙ୍କାରେ ଭାରତୀୟ ପରିବାରର କାର୍‌ ସ୍ୱପ୍ନ ପୂରଣ କରିବାକୁ ସେ କାମ କରିଥିଲେ । ନାନୋ ସମ୍ପର୍କରେ ଟାଟା କହିଥିଲେ ଯେ ଯେତେବେଳେ ମୁଁ ଏହି କାର୍‌ର ଡିଜାଇନ୍ କଥା ଚିନ୍ତା କରିଥିଲି ସେତେବେଳେ ମୋ ମନରେ ଭାରତୀୟ ପରିବାରର ଛବି ଭାସି ଉଠୁଥିଲା ।

ମୋଟରସାଇକଲ୍‌ରେ ଚାରି ଜଣ ହୋଇ ଯାତ୍ରା କରୁଥିବା ଭାରତୀୟ ପରିବାର କିଭଳି କାର୍‌ରେ ଯାଇପାରିବେ ତାହାକୁ ନେଇ ମୁଁ ନାନୋ ବିକାଶ କରିବାକୁ ଚାହୁଥିଲି । ମୁଁ ସେମାନଙ୍କ ଲାଗି ଏକ ସୁରକ୍ଷିତ କାର୍‌ ତିଆରି କରିବାକୁ ଚାହୁଥିଲି । ତାଙ୍କର ସେହି ଭାବନାରୁ ସେ ଭାରତୀୟ ସାଧାରଣ ଜନତାଙ୍କ କଥା କେତେ ଚିନ୍ତା କରୁଥିଲେ ତାହା ଜଣାପଡ଼ୁଛି ।

୨୦୦୮ରେ ଜାଗୁଆର-land roverକୁ ଅକ୍ତିଆର କରିଥିଲେ ମଧ୍ୟ ଟାଟା । ୨୦୦୦ ମସିହାରେ ବିଶ୍ଵର ବଡ଼ ଚାହା କମ୍ପାନୀ tetleyକୁ ଟାଟା ସହ ମିଶ୍ରଣ ମଧ୍ୟ କରିଥିଲେ । ଫଳରେ ଟାଟା ବିଶ୍ୱର ଦ୍ଵିତୀୟ ବଡ଼ ଚାହା ଉତ୍ପାଦନକାରୀ ହୋଇ ପାରିଥିଲା । ୨୦୨୨ରେ କ୍ଷତି ସହୁଥିବା ଏୟାର ଇଣ୍ଡିଆକୁ ଅକ୍ତିଆର କରବା ପରେ ଏୟାର ଇଣ୍ଡିଆ ନିଜ ପରିଚୟ ଫେରି ପାଇଥିଲା । ମୁମ୍ବାଇରେ ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ ମଧ୍ୟ ସେ କରିଛନ୍ତି ।