Advertisment

ଆଉ ଶୁଣିବାକୁ ମିଳିବନି 'ଦରବାର୍', ଏବେ 'ଗଣତନ୍ତ୍ର'

ରାଷ୍ଟ୍ରପତି ଭବନରୁ ହଟିଲା ବ୍ରିଟିଶ୍ ଛାପ । ବଦଳିଲା ରାଷ୍ଟ୍ରପତି ଭବନର ଐତିହାସିକ ଦରବାର୍ ହଲ୍ ଓ ଅଶୋକ ହଲ୍‌ର ନାମ ।

ଅଦ୍ୟତନ ହୋଇଛି
Rashtrapati Bhavan

Rashtrapati Bhavan

Advertisment

ରାଷ୍ଟ୍ରପତି ଭବନରୁ ହଟିଲା ବ୍ରିଟିଶ୍ ଛାପ । ବଦଳିଲା ରାଷ୍ଟ୍ରପତି ଭବନର ଐତିହାସିକ ଦରବାର୍ ହଲ୍ ଓ ଅଶୋକ ହଲ୍‌ର ନାମ । ଇଂରେଜ ରାଜ୍ ବେଳର ଏହି ଗୁରୁତ୍ବପୂର୍ଣ୍ଣ କୋଠାର ଦୁଇଟି ସମ୍ମିଳନୀ କକ୍ଷର ନାମ ଆଜି ପରିବର୍ତ୍ତନ ହୋଇଛି । ଦରବାର ହଲ୍ ନାମ ବଦଳି ହୋଇଛି ଗଣତନ୍ତ୍ର ମଣ୍ଡପ । ସେହିଭଳି ଅଶୋକ ହଲ୍  ନାମ ପରିବର୍ତ୍ତନ ହୋଇ ରହିଲା ଅଶୋକ ମଣ୍ଡପ । ରାଷ୍ଟ୍ରପତି ଭବନର ଏହି ସ୍ଥାନରେ ଅନୁଷ୍ଠିତ ହୁଏ ବିଭିନ୍ନ ସମ୍ମାନଜନକ ଆନୁଷ୍ଠାନିକ କାର୍ଯ୍ୟକ୍ରମ । 

Advertisment

ଦରବାର ହଲ ଜାତୀୟ ପୁରସ୍କାର(ନ୍ୟାସନାଲ ଆୱାର୍ଡ) ପ୍ରଦାନ ଉତ୍ସବର ଭେନ୍ୟୁ, ସେହିପରି ଅଶୋକ ହଲ୍ ବାସ୍ତବରେ ଏକ ବଲ୍ ରୁମ୍ ଥିଲା । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନାମ ପରିବର୍ତ୍ତନ କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି। ପୂର୍ବରୁ ଭାରତକୁ ଶାସନ କରୁଥିବା ବ୍ରିଟିଶ ସରକାର ଦରବାର ହଲର ନାମକରଣ କରିଥିଲେ । ଭାରତ ସ୍ବାଧୀନ ହେବା ପରେ ଏହି ନାମକରଣର କୌଣସି ଯଥାର୍ଥତା ନାହିଁ । ଯେହେତୁ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର, ଏଣୁ ଏହି ଗୁରୁତ୍ବପୂର୍ଣ୍ଣ ହଲର ନାମକୁ ପରିବର୍ତ୍ତନ କରାଯାଇ ଗଣତନ୍ତ୍ର ମଣ୍ଡପ କରାଗଲା ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭାଷାଗତ ସମାନତା ପାଇଁ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରି ଅଶୋକ ମଣ୍ଡପ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ...

ଗଣତନ୍ତ୍ର ଶବ୍ଦ ଓ ବିଚାର, ପ୍ରାଚୀନ ସମୟରୁ ଭାରତୀୟ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ । ଗଣତନ୍ତ୍ର ମଣ୍ଡପ ଏହି ସ୍ଥାନ ପାଇଁ ଏକ ଉପଯୁକ୍ତ ନାମ । ସେହପରି ହଲର ନାମ ପରିବର୍ତ୍ତନ ନେଇ ସରକାରୀ ବିବୃତିରେ କୁହାଯାଇଛି ଯେ, ଅଶୋକ ମଣ୍ଡପ ଭାଷାଗତ ସମାନତା ଓ ଇଂରେଜୀକରଣ ସ୍ମରଣକୁ ହଟାଇବ । ଏଥିସହ ଅଶୋକ ଶବ୍ଦର ମୂଳ ମୂଲ୍ୟକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖିବ ।

Advertisment

ଅଶୋକର ଶବ୍ଦର ଅର୍ଥ ହେଉଛି, ସେହି ବ୍ୟକ୍ତି ଯିଏ ସମସ୍ତ ଯନ୍ତ୍ରଣାରୁ ମୁକ୍ତ କିମ୍ବା କୌଣସି ପ୍ରକାର ଦୁଃଖରୁ ବଞ୍ଚିତ । ଏହାସହ ଅଶୋକା ସମ୍ରାଟ ଅଶୋକଙ୍କୁ ବୁଝାଏ, ଯିଏ ଏକତା, ଶାନ୍ତିପୂର୍ଣ୍ଣ ସହ-ଅସ୍ତିତ୍ୱର ପ୍ରତୀକ । ରିପବ୍ଲିକ୍ ଅଫ୍ ଇଣ୍ଡିଆର ଜାତୀୟ ପ୍ରତୀକ ହେଉଛି ସାରନାଥର ଅଶୋକଙ୍କ ସିଂହ ରାଜଧାନୀ । ଏହି ଶବ୍ଦ ଅଶୋକ ବୃକ୍ଷକୁ ମଧ୍ୟ ବୁଝାଏ, ଯାହାର ଭାରତୀୟ ଧାର୍ମିକ ପରମ୍ପରା ତଥା କଳା ଏବଂ ସଂସ୍କୃତି ସହ ଗଭୀର ମହତ୍ତ୍ୱ ରହିଛି ବୋଲି ବିବୃତ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟଯେ, ପୂର୍ବରୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡନର ନାଁ ପରିବର୍ତ୍ତନ ହୋଇ ଅମୃତ ଉଦ୍ୟାନ ରଖାଯାଇଥିଲା। 

Rashtrapati Bhavan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ