Advertisment

ଆଜୀବନ କାରାଦଣ୍ତର ରାୟ ଶୁଣି ବିଚାରପତିଙ୍କ ଉପରକୁ ଚପଲ ଫୋପାଡିଲା ଦୋଷୀ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ,ଏହି ମାମଲାର ଶୁଣାଣି ସରିବା ପରେ ଦୋଷୀ ଯୁବକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡି ଥିଲା ।

ଅଦ୍ୟତନ ହୋଇଛି
Court

Court

Advertisment

ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି ସୁରତର ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲା ଏଇ ଅଭିଯୁକ୍ତ । ଏହି ମାମଲାର ଶୁଣାଣି ସରିବା ପରେ ଅଭିଯୁକ୍ତ ଜଣକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡି ଥିଲା । ଚପଲଟି ବିଚାରପତିଙ୍କ ଉପରେ ନବାଜି ଉଇଟ୍‌ନେସ୍ ବକ୍ସ ନିକଟରେ ପଡିଥିଲା ।

Advertisment

ସୂଚନା ମୁତାବକ, ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ମଧ୍ୟପ୍ରଦେଶର ୨୭ ବର୍ଷୀୟ ସୁଜିତ୍ ସାକେତ୍ । ଗତ ଏପ୍ରିଲ ୩୦ ରେ ସୁଜିତଙ୍କ ନାମରେ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅ । ନାବାଳିକା ଜଣକୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ତାକୁ ଚକୋଲେଟ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା।

ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ପରେ ତାକୁ ବୀଭତ୍ସ ଭାବେ ହତ୍ୟା କରିଥିଲା। ଏନେଇ ଥାନାରେ କେସ୍ ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ଶୁଣାଣି ବେଳେ ୫୩ଟି ଦସ୍ତାବିଜ ବିଶିଷ୍ଟ ପ୍ରମାଣ ଦିଆଯାଇଥିଲା । ୨୬ ଜଣ ସାକ୍ଷୀ ମଧ୍ୟ ସାକ୍ଷ୍ୟପ୍ରଦାନ କରିଥିଲେ । ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ପକ୍ସୋ କୋର୍ଟ ବିଚାରପତି ପିଏସ କାଲା ରାୟ ଶୁଣାଇଥିଲେ।

Advertisment

ଅଭିଯୁକ୍ତର ନାଚୁରାଲ ଲାଇଫକୁ ଅଗ୍ରାଧିକାର ଦେଇ କୋର୍ଟ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଦୋଷୀ ସାବ୍ୟସ୍ତ ପରେ ଅଭିଯୁକ୍ତ ଜଣକ ବିଚାରପିତି ପିଏସ କାଲାଙ୍କ ଉପରକୁ ଚପଲ ଫୋପାଡ଼ିଥିଲେ । ତାହା ତାଙ୍କ ଦେହରେ ବାଜି ନଥିଲା। ସୌଭାଗ୍ୟବଶତଃ ଚପଲଟି ଉଇଟ୍‌ନେସ୍ ବକ୍ସରେ ବାଜିଥିଲା ।

Surat Rape Convict Sentenced To Life
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ