Advertisment

ପାରୋଲ୍‌ରେ ଆସି ଖଣ୍ଡାରେ କେକ୍‌ କାଟିଲେ ଆତ୍ମଘୋଷିତ ବାବା ରାମରହିମ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।

ଅଦ୍ୟତନ ହୋଇଛି
Ram Rahim Cuts Cake With Sword

Rape convict Gurmeet Ram Rahim cuts cake to celebrate parole using a sword

Advertisment

ପାରୋଲରେ ଜେଲ୍‌ରୁ ବାହାରକୁ ଆସିବା ପରେ ରାମ ରହିମଙ୍କ ଖୁସି କହିଲେ ନସରେ। ଖଣ୍ଡାରେ କେକ୍‌ କାଟିଲେ ଦୁଷ୍କର୍ମୀ ତଥା ଆତ୍ମଘୋଷିତ ବାବା ଗୁରମିତ ରାମରହିମ। ହରିୟାଣାର ସୁନେରିଆ ଜେଲରୁ ବାହାରିବା ପରେ ଶନିବାର ବାବା ରାମ ରହିମ ବର୍ଣ୍ଣଓ୍ୱାରେ ପହଞ୍ଚିଥିଲେ। ସେଠାରେ ସେ ଖଣ୍ଡାରେ କେକ୍ କାଟି ଉତ୍ସବ ମନାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସାଧ୍ୱୀଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲରେ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ପ୍ରମୁଖ ଗୁରମିତ ରାମ ରହିମ ୪୦ ଦିନ ପାଇଁ ପାରୋଲରେ ବାହାରକୁ ଆସିଛନ୍ତି। ସେ ତାଙ୍କ ଜାମିନ ଆବେଦନରେ ଜାନୁଆରୀ ୨୫ରେ ଡେରାର ପୂର୍ବତନ ମୁଖ୍ୟ ଶହା ସତନାମ ସିଂହଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦର୍ଶାଇଥିଲେ। ତା'ପରେ ସେ ଜେଲ୍‌ରୁ ବାହାରକୁ ଆସିଛନ୍ତି। କେକ୍ କାଟିବା ବେଳେ ସେ କହିଥିଲେ- ଦୀର୍ଘ ୫ ବର୍ଷ ପରେ ଏହି ସୁଯୋଗ ମିଳିଛି। ସେଥିପାଇଁ ମୁଁ ଏକାଥରେ ୫ଟି କେକ୍‌ କାଟିବା ଉଚିତ।  

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଅଧ ଡଜନରୁ  ଅଧିକ ଗାଡିରେ ନିକଟରେ ଗୁରମିତ ରାମ ରହିମ ରୋହତକର ସୁନାରିଆ ଜେଲରୁ ବାହାରି ଉତ୍ତରପ୍ରଦେଶର ବର୍ଣ୍ଣଓ୍ୱା ଆଶ୍ରମରେ ପହଞ୍ଚିଥିଲେ।

Advertisment

ରାମ ରହିମ ଆଶ୍ରମରେ ପହଞ୍ଚିବା ପରେ ମୁଖ୍ୟ ଦ୍ୱାରକୁ ସଙ୍ଗେ ସଙ୍ଗେ ବନ୍ଦ କରି ଦିଆଯାଇଥିଲା। ତାଙ୍କ ସହ ଅନ୍ୟ ସହଯୋଗୀଙ୍କୁ ଆଶ୍ରମ ଭିତରେ ପ୍ରବେଶ ଉପରେ ବାରଣ କରାଯାଇଛି। ପାରୋଲର ନିୟମ ଅନୁସାରେ ଆଶ୍ରମରେ ଭିଡ଼ ଜମିବ ନାହିଁ। ଆଶ୍ରମ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯଦି ନିୟମ ଉଲ୍ଲଙ୍ଘନ ହୁଏ ତେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଗପତର ଜିଲ୍ଲାଧିକାରୀ ଡିକେ ଶର୍ମା କହିଛନ୍ତି।  

ଡେରା ମୁଖ୍ୟଙ୍କୁ ତିନିମାସ ପୂର୍ବରୁ ମଧ୍ୟ ଆଉ ଏକ ପାରୋଲ ପ୍ରଦାନ କରାଯାଇଥିଲା। ଅକ୍ଟୋବର-ନଭେମ୍ବରରେ ତାଙ୍କର ପୂର୍ବ ପାରୋଲ ଅବଧି ସମୟରେ ଦୁଷ୍କର୍ମକାରୀ ରାମ ରହିମ ଉତ୍ତରପ୍ରଦେଶର ବର୍ଣ୍ଣଓ୍ଵା ଆଶ୍ରମରେ ଅନେକ ଅନଲାଇନ୍‌ ‘ସତସଙ୍ଗ’ ଆୟୋଜନ କରିଥିଲେ। ଏଥିରେ ହରିୟାଣାର କେତେକ ରାଜନେତା ମଧ୍ୟ ଯୋଗ ଦେଇଥିଲେ।

Advertisment
Gurmeet Ram Rahim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ