Advertisment

ଯୁବକଙ୍କୁ ହନିଟ୍ରାପ୍‌ କରି ଫସାଉ ଥିଲେ, ପରେ ଏପରି ଧନ୍ଧାରେ ଲଗାଉଥିଲେ ମଡେଲ୍‌...

ପ୍ରଥମେ ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଉ ଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରୁଥିଲେ। ଏଭଳି ଅଭିଯୋଗ ଆସିଛି ରାଞ୍ଚିର ଜଣେ ମଡେଲ୍‌ଙ୍କ ବିରୋଧରେ....

ଅଦ୍ୟତନ ହୋଇଛି
Model Arrested In Drugs Case

Model Arrested In Drugs Case

Advertisment

ରାଞ୍ଚି: ପ୍ରଥମେ ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଉ ଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରୁଥିଲେ। ଡ୍ରଗ୍ସ କାରବାରରେ ସାମିଲ ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ପୋଲିସ୍‌ ଜଣେ ମଡେଲ୍‌ଙ୍କୁ ଗିରଫ କରିଛି। ମଡେଲ୍‌ଙ୍କ ସମେତ ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ଯୁବକମାନଙ୍କୁ ଟାର୍ଗେଟ୍‌ କରି ମଡେଲ୍‌ ଜଣକ ଡ୍ରଗ୍ସ କାରବାର ଚଲାଉଥିଲେ ବୋଲି ଅଭିଯୋଗ ହୋଇଛି। ଗିରଫ ମଡେଲ୍‌ଙ୍କ ନାଁ ଜ୍ୟୋତି ଭରଦ୍ୱାଜ୍ ବୋଲି ଜଣାପଡ଼ିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ମଡେଲ୍‌ ଜ୍ୟୋତି ରାଞ୍ଚିରେ ଡ୍ରଗ୍ସ କାରବାର କରୁଥିଲେ। ଏସମ୍ପର୍କରେ ପୋଲିସ୍‌ ଖବର ପାଇବା ପରେ ସୁଖଦେବ ନଗର ପୋଲିସ୍‌ ମଡେଲ୍‌ଙ୍କ ସମେତ ୨ ଜଣ ବ୍ୟକ୍ତିଙ୍କୁ ଡ୍ରଗ୍ସ କାରବାର କରିବା ଅଭିଯୋଗରେ ଗିରଫ କରିଛି। ତେବେ ଏହି ଡ୍ରଗ୍ସ କାରବାରରେ ମୁଖ୍ୟ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଛି।  

ଗତ ୬ ବର୍ଷ ହେବ ଜ୍ୟୋତି ଦିଲ୍ଲୀରେ ରହୁଥିଲେ ଓ ପରେ ରାଞ୍ଚି ଆସିଥିଲେ। ଏହାପରେ ଗାନ୍ଧୀ ନାମକ ଜଣେ ଡ୍ରଗ୍ସ ବେପାରୀଙ୍କ ଯୋଗାଯୋଗରେ ଆସିବା ପରେ ସେ ଡ୍ରଗ୍ସ କାରବାରରେ ଆରମ୍ଭ କରିଥିଲେ। 

Advertisment

ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ ସପ୍ଲାଏ ପାଇଁ ଜ୍ୟୋତି ଏଜେଣ୍ଟମାନଙ୍କୁ ରଖିଥିଲେ। ଏହାସହ ଡ୍ରଗ୍ସ ନେଉଥିବା ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଇ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରାଉଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ୍‌ ଏସମ୍ପର୍କରେ ଖବର ପାଇବା ପରେ ଜ୍ୟୋତିଙ୍କୁ ବିଦ୍ୟାନଗରରୁ ଗିରଫ କରିଛି। ଏହି ସମୟରେ ତାଙ୍କ ନିକଟରୁ ୨୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। 

Drugs Case Model Arrested In Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ