ରାମେଶ୍ୱରମ କାଫେ ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଧରାଇଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।

Cafe Blast

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା । ଏଥିସହ ତଥ୍ୟଦାତାଙ୍କ ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି NIA ସୂଚନା ଦେଇଛି ।

ଏହି ବିସ୍ଫୋରଣ ଘଟଣାରେ ଏ.ଏମ ଅହମ୍ମଦ ତାହ୍ଆ ଏବଂ ମୁସାବିର ହୁସେନଙ୍କ ସଂପୃକ୍ତି ରହିଛି । ମାର୍ଚ୍ଚ ପହିଲାରେ ପାଖାପାଖି ଦିନ ଗୋଟାଏରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ଗୁରୁତର ହୋଇଥିଲେ । କର୍ଣ୍ଣାଟକ ପୋଲିସ, ଏନଏସଜି, ସାଇଣ୍ଟଫିକ ତଦନ୍ତ ପରେ ଏହା ଏକ ଆଇଇଡି ବିସ୍ଫୋରଣ ବୋଲି ଜଣାପଡ଼ିଥିଲା ।

ପୂରା କାଫେ ଉଡାଇବାକୁ ଯୋଜନା କରାଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଏନଆଇଏ ମାମଲାର ତଦନ୍ତ କରୁଛି । ବେଙ୍ଗାଲୁରୁ କାଫେ ଉଡ଼ାଇବାକୁ ଲଗାଯାଇଥିଲା ଟାଇମ୍ ବମ୍ । ପ୍ରଥମେ ଯୁବକ ଜଣକ ବସରୁ ଓହ୍ଲାଇ ରାମେଶ୍ୱରମ କାଫେରେ ପଶିଥିଲା । ଇଡଲି ଅର୍ଡର କରି, ଡଷ୍ଟବିନ ପାଖରେ ରଖି ଦେଇଥିଲା ବୋମା ଭର୍ତ୍ତି ବ୍ୟାଗ । ୧୧ଟା ୩୦ରେ କାଫେରେ ପଶି ୧୧ଟା ୪୫ ସୁଦ୍ଧା ସେଠୁ ଛୁ ହୋଇ ଯାଇଥିଲା ସନ୍ଦିଗ୍ଧ ।

୧୨ଟା ୫୦ରୁ ୧ଟା ଭିତରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ୧୦ ସେକେଣ୍ଡ୍ ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଘଟଣାର ଦିନକ ପରେ ବିସ୍ଫୋରଣ ସ୍ଥଳ ବୁଲି ଦେଖିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଏଥିସହ ବ୍ରୁକ୍ ଫିଲ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।