Advertisment

ଏଣିକି ଇଂଜିନିୟରିଂ ପିଲା ବି ପଢିବେ ରାମାୟଣ-ମହାଭାରତ

ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତମାନସକୁ ସାମିଲ କରାଯାଇଛି।

Ramayan-Mahabharat

Ramayan-Mahabharat

Advertisment

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତମାନସକୁ ସାମିଲ କରାଯାଇଛି।

Advertisment

ଏହି ନିଷ୍ପତ୍ତି ଉପରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହଦ ଯାଦବ ସୂଚନା ଦେଇ କହିଛନ୍ତି, ଇଞ୍ଜିନିୟରିଂ ସିଲାବସ୍‌ରେ ଏପରି ବିଷୟବସ୍ତକୁ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁମାନେ ଭଗବାନ ରାମଙ୍କ କଥା ଓ ସେ ସମୟର କାର୍ଯ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଇଞ୍ଜିନିୟରିଂ କୋର୍ସରେ ସବୁ କିଛି ଜାଣିପାରିବେ। ଆମ ଷ୍ଟଡି ବୋର୍ଡରେ ଥିବା ଶିକ୍ଷକମାନେ ନୂଆ ଶିକ୍ଷା ନୀତି ଆଧାରରେ ଏସବୁ ବିଷୟବସ୍ତୁକୁ ସିଲାବସ୍‌ରେ ସାମିଲ କରିଛନ୍ତି। ଯଦି ଆମେ ଆମର ଗୌରବମୟ ଇତିହାସକୁ ଆଗକୁ ନେଇପାରିବା। ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନକୁ ନେଇ କଂଗ୍ରେସ ଏକ ଲମ୍ବା ବିରୋଧ କରିଛି। ଆମେ ଗଜଲ ରୂପରେ ଉର୍ଦ୍ଦୁ ବି ପଢାଇବାକୁ ଯାଉଛୁ। ଏହା ଇଛାଧିନ ବିଷୟ ରହିବ। ତେବେ ଏନେଇ କେହି ବି ଆପତ୍ତି କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

Advertisment

ଶିକ୍ଷାମନ୍ତ୍ରୀ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ବିଶ୍ୱବିଦ୍ୟାଳୟରେ ପଢାଇବା ନେଇ ମଧ୍ୟ କଥା ଉଠେଇଛନ୍ତି। ସେ କହିଛନ୍ତି ଯେ “ତାଙ୍କ ବିଷୟରେ ଦୁନିଆର ଅନେକ ବିଶ୍ୱବିଦ୍ୟାଳୟରେ ପଢାଯାଉଛି, ଆମ ଏଠି ମଧ୍ୟ ପଢାଯିବ। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆରମ୍ଭରୁ ହିଁ ପଦକ୍ଷେପ ନିଆଯାଇଛି।”

ମଧ୍ୟପ୍ରଦେଶ ସରକାର ନୂଆ ଶିକ୍ଷାନୀତିକୁ ଉଭୟ ସ୍କୁଲ ଓ କଲେଜରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ନୂଆ ଶିକ୍ଷା ନୀତିରେ ଇଞ୍ଜିନିୟରିଂ ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୧୫ ସେପ୍ଟେମ୍ବରରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଛି। ଏଥିପାଇଁ ଆଜି ଶିକ୍ଷାମନ୍ତ୍ରୀ ମୋହନ ଯାଦବ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ପ୍ରୋଟୋକଲ ଯେମିତି କଡ଼ାକଡ଼ି ପାଳନ କରାଯିବ, ତା’ ଉପରେ ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ କହିଛନ୍ତି।

New Delhi Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ