ରାମ ରହିମଙ୍କୁ Z + ସିକ୍ୟରିଟି : ଖଲିସ୍ତାନୀ ଆଡ଼ୁ ବିପଦ ଥିବାରୁ ସୁରକ୍ଷା ବୃଦ୍ଧି କଲେ ହରିୟାଣା ସରକାର

ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ ।

Gurmeet Ram Rahim

ପଞ୍ଜାବ ନିର୍ବାଚନ ପୂର୍ବରୁ furlough ରେ ଆସିଥିବା ଡେରା ସଚ୍ଚା ସୌଦା ରାମ ରହିମଙ୍କୁ Z + ସୁରକ୍ଷା ପ୍ରଦାନ କରାଯାଇଛି । ଖଲିସ୍ତାନୀଆଡ଼ୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷାକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର । ଏଡିଜିପି (ସିଆଇଡି)ର ରିପୋର୍ଟକୁ ସୁରକ୍ଷାର ଆଧାର କରିଛନ୍ତି ସରକାର । ଖାଲିସ୍ତାନୀ ସମର୍ଥକମାନେ ଡେରା ମୁଖ୍ୟଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ତାଙ୍କୁ କଠୋର ସୁରକ୍ଷା ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।

ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ । ପଞ୍ଜାବ ଏବଂ ଉତ୍ତରପ୍ରଦେରେ ରାମରହିମକଙ୍କ ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି । ତେବେ ପଞ୍ଜାବ ନିର୍ବାଚନ ସହ ରାମ ରହିମଙ୍କୁ ଦିଆଯାଇଥିବା ଛୁଟି ସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଫର୍ଲୋ (furlough) କ’ଣ?

ସାଧାରଣ ଶବ୍ଦରେ ଫର୍ଲୋ ଅର୍ଥ ହେଉଛି ଅନୁପସ୍ଥିତିର ଛୁଟି । ତଥାପି ଆଇନଗତ ଦୃଷ୍ଟିରୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଜଣେ ଦୋଷୀକୁ ଜେଲରୁ ଛୁଟି ଛୁଟି ପ୍ରଦାନକୁ furlough କୁହାଯାଏ । ପ୍ରତ୍ୟେକ ରାଜ୍ୟର ଜେଲ ନିୟମରେ furlough ପ୍ରଦାନ କରିବାର ନିୟମ ଏବଂ ପ୍ରକ୍ରିୟା ରହିଛି ।

ଗତ ବର୍ଷ ମଧ୍ୟ ଅସୁସ୍ଥ ମା’ଙ୍କୁ ଦେଖା କରିବା ପାଇଁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଡେରା ମୁଖ୍ୟଙ୍କୁ ଜରୁରୀକାଳୀନ ପାରୋଲ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଅନେକ ଥର ଜେଲରୁ ବାହାରି ଆସିଛନ୍ତି । ରାମ ରହିମ ବର୍ତ୍ତମାନ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି ।ତାଙ୍କୁ କିଛି ସର୍ତ୍ତ ସହିତ furlough ପ୍ରଦାନ କରାଯାଇଛି । ତାଙ୍କୁ ମିଳିଥିବା ଛୁଟିରେ ସେ ସାଧାରଣ ସଭା କରିପାରିବେ ନାହିଁ । କିମ୍ବା ତାଙ୍କ ନିକଟକୁ କୌଣସି ଶ୍ରଦ୍ଧାଳୁ ଆସିପାରିବେ ନାହିଁ । କେବଳ ଅନୁମତି ନେଇ ହିଁ ସହର ବାହାରକୁ ଯାଇପାରିବେ ।

ସୂଚନାଯୋଗ୍ୟ ଗୁରମିତ ନିଜର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ । ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।