Rakshabandhan 2022: 50,000 rakhis to be sent to jawans guarding borders
ଯବାନଙ୍କ ପାଖକୁ ଯିବ ଭଉଣୀର ସ୍ନେହଭରା ରାକ୍ଷୀ । ଦେଶ ବିଦେଶରୁ ଆସିଛି ପ୍ରାୟ ୫୦ ହଜାର ରାକ୍ଷୀ । ରଙ୍ଗ ବେରଙ୍ଗର ବିଭିନ୍ନ ଡିଜାଇନ୍ର ରାକ୍ଷୀ । କେଉଁଥିରେ ଜୟହିନ୍ଦ ଲେଖା ହୋଇଛି ତ ଆଉ କେଉଁଥିରେ ତ୍ରିରଙ୍ଗା ପତାକା ଲାଗିଛି । ଅନେକ ରାକ୍ଷୀରେ ଚାଚା ନେହରୁ, ମହାତ୍ମା ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ରହିଛି । କେବଳ ଫଟୋ ନୁହେଁ ରାକ୍ଷୀ ସହ ଅନେକ ହାତ ଲେଖା ଚିଠି ମଧ୍ୟ ରହିଛି ।
ଗୁଜରାଟ ବଡୋଦରାର ଏକ କୁନି ଝିଅର ସୀମାରେ ମୁତୟନ ଥିବା ଯବାନଙ୍କ ପାଖକୁ କୁନି ଝିଅଟିର ସ୍ନେହଭରା ଚିଠି ତା ସହିତ ରହିଛି ସୁନ୍ଦର ରାକ୍ଷୀ । ଖାଲି ଏଇ ଗୋଟିଏ ନୁହେଁ, ଦେଶ ବିଦେଶରୁ ଏଭଳି ପ୍ରାୟ ୫୦ ହଜାର ରାକ୍ଷୀ ଆସିଛି, ଯାହା ଭାରତୀୟ ଯବାନଙ୍କ ପାଖକୁ ପଠାଯିବ । ଗୁଜରାଟ ବଡୋଦରାରେ ଏହିସବୁ ରାକ୍ଷୀ ଆସି ପହଞ୍ଚିଛି । ଏତେ ପରିମାଣର ରାକ୍ଷୀ ଈସି ପହଞ୍ଚିବା ପରେ ସେସବୁକୁ ସଜେଇବାରେ ଲାଗିଛନ୍ତି ସ୍ଥାନୀୟ ଯୁବତୀ ।
ବଡୋଦରାର ଏକ ସଂଗଠନ ପ୍ରତିବର୍ଷ ଏଭଳି ଆୟୋଜନ କରିଥାଏ । ପ୍ରତିବର୍ଷ ସେମାନଙ୍କ ନିକଟକୁ ଦେଶ ବିଦେଶରୁ ଆସିଥାଏ ରାକ୍ଷୀ । ଚଳିତ ବର୍ଷ ମଧ୍ୟ ଆମେରିକା, ରଷିଆ, କାନାଡା, ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରିଆ ଭଳି ଦେଶରୁ ରାକ୍ଷୀ ଆସି ପହଞ୍ଚିଛି । ଲଦାଖ, ସିଆଚୀନ୍, ସହ ଇଣ୍ଡୋ-ପାକ୍ ବର୍ଡର ଏବଂ ଭାରତ-ଚୀନ୍ ସୀମାରେ ମୁତୟନ ଥିବା ଯବାନମାନଙ୍କ ପାଖକୁ ଏହି ରାକ୍ଷୀସବୁ ପଠାଯିବ । ଯବାନମାନେ ସବୁ ଖୁସିକୁ ବଳି ଦେଇ ଦେଶ ସୁରକ୍ଷାରେ ନିୟୋଜିତ ଥିବାରୁ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏଭଳି ପ୍ରୟାସ ବୋଲି ଆୟୋଜକ କହିଛନ୍ତି ।
ରାକ୍ଷୀସବୁକୁ ଯବାନଙ୍କ ପାଖକୁ ପଠାଯିବା ପୂର୍ବରୁ ବିଧି ମୁତାବକ ଭଉଣୀ ଯେପରି ଭାଇକୁ ରାକ୍ଷୀ ବାନ୍ଧି ପୂଜା କରିଥାଏ, ସେଭଳି ଭାବେ ବଡୋଦରାର କିଛି ଛାତ୍ରୀ ରାକ୍ଷୀକୁ ବନ୍ଦାପନା କରି ଅତି ଯତ୍ନର ସହ ପ୍ୟାକ୍ କରିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ଏସବୁକୁ ଶୀଘ୍ର ବର୍ଡରକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658812748.jpg)