Advertisment

ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ ସୁଶୀଲ ମୋଦି

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଭୁଲ୍‌ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।

ଅଦ୍ୟତନ ହୋଇଛି
Sushil Kumar Modi

ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ

Advertisment

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏହି ଭିଡିଓରେ ସୁଶୀଲ ମୋଦି କହିଛନ୍ତି, ସ୍ୱାଧୀନତା ପରେ ନରେନ୍ଦ୍ର ମୋଦି ଏକମାତ୍ର ନେତା, ଯିଏକି ମୁଖ୍ୟମନ୍ତ୍ରୀ ଥିଲେ ଓ ଏହାପରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହେଲେ। ଏଭଳି ଭୁଲ୍‌ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୫ ଜଣ ନେତା ମୁଖ୍ୟମନ୍ତ୍ରୀ ଥିଲେ, ଯିଏକି ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

Advertisment

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏକ କାର୍ଯ୍ୟକ୍ରମର ଭିଡିଓ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ସମ୍ବୋଧିତ କରୁଥିବା ନଜର ଆସୁଛନ୍ତି। ଏହି ଅବସରରେ ସେ କହିଥିଲେ, ନରେନ୍ଦ୍ର ମୋଦି ଦେଶର ଏକମାତ୍ର ନେତା, ଯିଏକି ମୁଖ୍ୟମନ୍ତ୍ରୀ ଥିଲେ ଓ ଏହାପରେ ପ୍ରଧାନମନ୍ତ୍ରୀ ମଧ୍ୟ ହେଲେ। ନରେନ୍ଦ୍ର ମୋଦି ୧୩ ବର୍ଷ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ୭ ବର୍ଷ ହେବ ଦେଶର ପ୍ରଧାନମନ୍ତ୍ରୀ ଭାବେ ଅଛନ୍ତି। ସେପ୍ଟେମ୍ବର ୧୭ରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଥିଲା।’

Advertisment

ସୂଚନାଥାଉ କି, ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ମଧ୍ୟ ୫ ଜଣ ନେତା ମୁଖ୍ୟମନ୍ତ୍ରୀ ଥିଲେ, ଯିଏକି ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଅର୍ଥାତ୍‌ ନରେନ୍ଦ୍ର ମୋଦି ଦେଶର ଷଷ୍ଠ ନେତା, ଯିଏକି ମୁଖ୍ୟମନ୍ତ୍ରୀ ଥିଲେ ଓ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୫୨ ମସିହାରେ ମୋରାଜୀ ଦେଶାଇ ବମ୍ବେ ପ୍ରେସିଡେନ୍ସି , ୧୯୭୧ମସିହାରେ ପିଭି ନରସିଂହ ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ଏଚ୍‌ଡି ଦେବ ଗୌଡା ୧୯୯୪ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ୧୯୭୦ରେ ଚୌଧୁରୀ ଚରଣ ସିଂ ଓ ୧୯୮୦ରେ ଭିପି ସିଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। 

Advertisment
PM Modi Sushil Kumar Modi Fomer Bihar Deputy CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ