Advertisment

କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି ଅଶ୍ୱିନୀ ବୈଷ୍ଣବ

କ୍ୟାବିନେଟ ମନ୍ତ୍ରୀ ହେବେ ବୈଷ୍ଣବ ! କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ। ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାସହ ସାମ୍ନାକୁ ଆସିଲା ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା। ତାଲିକାର ୬ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ

ଅଦ୍ୟତନ ହୋଇଛି
କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି ଅଶ୍ୱିନୀ ବୈଷ୍ଣବ

Ashwini Vaishnaw

Advertisment

ନୂଆଦିଲ୍ଲୀ: କ୍ୟାବିନେଟ ମନ୍ତ୍ରୀ ହେବେ ବୈଷ୍ଣବ ! କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ। ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାସହ ସାମ୍ନାକୁ ଆସିଲା ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା। ତାଲିକାର ୬ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ଅବସରପ୍ରାପ୍ତ IAS ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୯ରେ ବିଜେପି ସର୍ମର୍ଥନରେ ରାଜ୍ୟସଭା ସାଂସଦ ହୋଇଥିଲେ। ଏହା ପରେ ସେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବିଜେଡି ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ସେତେବେଳେ ସମର୍ଥନ କରିଥିଲା

Advertisment

ଅଶ୍ୱିନୀ ବୈଷ୍ଣବ ୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଆଇ.ଏ.ଏସ୍ ଅଧିକାରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ପରେ ବାଜପେୟୀ ପଦ ଛାଡିବା ପରେ ସେ ତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବାଲେଶ୍ୱର ଓ କଟକର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ପରେ ସେ ପ୍ରଶାସନିକ ସେବାରୁ ଅବ୍ୟହତି ନେଇଥିଲେ ଏହାପରେ ସେ କର୍ପୋରେଟ କ୍ଷେତ୍ରରେ ଯୋଗ ଦେଇଥିଲେ। ଜି.ଏ.ଟ୍ରାନ୍ସପୋର୍ଟ ଏବଂ ସିମେନ୍ସ ଭଳି କମ୍ପାନୀରେ ସେ ଉଚ୍ଚ ପଦବୀରେ କାର୍ଯ୍ୟନିର୍ବାହ କରିଥିଲେ।

୧୯୭୦ ମସିହା ରାଜସ୍ଥାନ ଜୟପୁରରେ ତାଙ୍କ ଜନ୍ମ। ଯୋଧପୁର ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ସହ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ଆଇ.ଆଇ.ଟି କାନପୁରରୁ ଏମ୍.ଟେକ ଡିଗ୍ରୀ ହାସଲ କରିଛନ୍ତି। ଆମେରିକାର ହ୍ୱାର୍ଟନ ସ୍କୁଲରୁ ଫାଇନାନ୍ସରେ ଏମ.ବି.ଏ ଶିକ୍ଷାପ୍ରାପ୍ତ କରିଛନ୍ତି ଅଶ୍ୱିନୀ।

Advertisment

ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ। ମୟୂରଭଞ୍ଜ ସାସଂଦ ବିଶେଶ୍ୱର ଟୁଡ଼ୁ ହୋଇଥିବା ବେଳେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବରେ ମନୋନୀତି ହୋଇଛନ୍ତି।

ସେପଟେ ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଘରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ପୂର୍ବତନ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ୟଦକ୍ଷତା ଦେଖାଇ ସାରିଛନ୍ତି ।ପ୍ରଶାସକରୁ ବ୍ୟବସାୟୀ ଓ ବ୍ୟବସାୟୀରୁ ରାଜ୍ୟସଭା ସାଂସଦ ଆଉ ଏବେ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଛି।

Advertisment

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ବିଶ୍ୱେଶ୍ୱର । ସେ ଏବେ ଦିଲ୍ଲୀରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ମନ୍ତ୍ରୀ ତାଲିକାରେ ଏହିମାନଙ୍କର ରହିଛି ନାଁ

ତାଲିକାରେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲଙ୍କ ନାଁ

ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ

ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ସିଂ

ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ

ପୁରୁଷୋତ୍ତମ ରୁପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର

ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂ ବଘେଲ

ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଲାଜେ, ଭାନୁପ୍ରତାପ ସିଂ ବର୍ମା

ଦର୍ଶନ ବିକ୍ରମ ଜାରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ

ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ୍ ବର୍ମା

Union Govt Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ