Advertisment

SBI ଚାକିରି କାଳରେ ଯେତିକି ରୋଜଗାର କରିନଥିଲେ, ଏବେ ତା'ର ୩ ଗୁଣା ରୋଜଗାର କରୁଛନ୍ତି ରଜନୀଶ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି।

ଅଦ୍ୟତନ ହୋଇଛି
SBI former officer Rajnesh Kumar

SBI former officer Rajnesh Kumar

Advertisment

ପୁଣି ଚର୍ଚ୍ଚାରେ ଏସବିଆଇର ପୂର୍ବତନ କର୍ମଚାରୀ ରଜନୀଶ କୁମାର । କାରଣ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ବି ସେ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । କଥାଟା ଶୁଣିବା ପରେ ବିଶ୍ୱାସ ହେଉନଥିବ । ଆଉ ଭାବୁଥିବେ ଚାକିରିରୁ ଅବସର ନେବା ପରେ ପେନସନ୍‌ ବାବଦରେ ଯାହା କିଛି ଟଙ୍କା ପାଉଥିବେ । ହେଲେ ଲକ୍ଷଲକ୍ଷ ଟଙ୍କା ସେ କେମିତି ରୋଜଗାର କରୁଛନ୍ତି । କିନ୍ତୁ ସତ ଜାଣିବା ପରେ ତାଙ୍କ ବୁଦ୍ଧିକୁ ସଲାମ୍‌ କରିବାକୁ ଆପଣ ବି ବାଧ୍ୟ ହେବେ ।

Advertisment

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି । ଏକା ସାଙ୍ଗରେ ଅନେକ କମ୍ପାନୀର ବୋର୍ଡରେ ସେ ସଦସ୍ୟ ଅଛନ୍ତି । ତେଣୁ ପୂର୍ବରୁ ରଜନୀଶ ଯେତିକି ରୋଜଗାର କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଜନୀଶ କୁମାର ଏସବିଆଇ ଦରମାଠାରୁ ତିନି ଗୁଣ ଅଧିକ ଟଙ୍କା ଏବେ ରୋଜଗାର କରୁଛନ୍ତି । ବର୍ତ୍ତମାନ ସମୟରେ ଭାରତପେ, ଅମ୍ବୁଜା ସିମେଣ୍ଟ, ଲାରସେନ୍ ଆଣ୍ଡ ଟୁବ୍ରୋ ଭଳି ବଡବଡ଼ କମ୍ପାନୀଗୁଡିକର ବୋର୍ଡରେ ସେ ସଦସ୍ୟ ଅଛନ୍ତି ଅର୍ଥାତ୍‌ କାମ କରୁଛନ୍ତି । FY23 ବାର୍ଷିକ ରିପୋର୍ଟ ଅନୁଯାୟୀ, ରଜନୀଶ କୁମାରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ୧ କୋଟିରୁ ଅଧିକ ଟଙ୍କା ମିଳୁଛି । ଯାହାକି ସେ ସରକାରୀ ଚାକିରି କାଳରେ ପାଇନଥିଲେ । ଖାଲି ଦରମା ମିଳୁଛି ତାହା ନୁହେଁ ବରଂ ଗାଡ଼ି ମଟର ସହ ଅନେକ ପ୍ରକାର ସୁବିଧା ତାଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି । ଏସବୁକୁ ନେଇ ଏବେ ରଜନୀଶ ଚର୍ଚ୍ଚାରେ ଅଛନ୍ତି ।

Advertisment
SBI SBI Bank Rajnish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ