Advertisment

ସେନା ପାଇଁ ପରୀକ୍ଷା ଦେଲା ପରେ ବି କାହିଁକି ସେନାରେ ଯୋଗ ଦେଲେନି ରାଜନାଥ?

ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।

ଅଦ୍ୟତନ ହୋଇଛି
Rajnath

Rajnath

Advertisment

ସେନାରେ ଯୋଗ ଦେବାକୁ ମୋର ବହୁତ ଇଚ୍ଛା ଥିଲା, ହେଲେ ପରିବାରର ସମସ୍ୟା ପାଇଁ ମୁଁ ସେନାରେ ଯୋଗ ଦେଇପାରିଲିନି। ନିଜର ଅଭିଭାଷଣ ସମୟରେ ଏମିତି କିଛି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଖାଲି ଏତିକି ନୁହେଁ ବରଂ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ଏକ ପରୀକ୍ଷା ଦେଇଥିଲି। ହେଲେ ପରିସ୍ଥିତି ସାଥ୍‌ ନଦେବାରୁ ମୁଁ ସେନାରେ ସାମିଲ ହୋଇପାରିଲିନି ବୋଲି କହିଛନ୍ତି ରାଜନାଥ।

Advertisment

ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନ ରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି। ହେଲେ ଆପଣମାନଙ୍କ ସହ ଯେତେବେଳେ ମୁଁ ମିଶେ ବହୁତ ଆନନ୍ଦିତ ଲାଗେ ବୋଲି କହିଛନ୍ତି ରାଜନାଥ।

ତେବେ ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ ଭାରତ ଏବଂ ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମୟରେ ସୁରକ୍ଷା ବାହିନୀ ଦେଖାଇଥିବା ସାହସିକତାକୁ ମନେ ପକାଇଥିଲେ । କହିଥିଲେ, ଆମେ ଅନେକ ସମୟରେ କଠିନ ପରିସ୍ଥିତି ଦେଇ ଗତିକରୁ। କିନ୍ତୁ ଆମର ସୈନ୍ୟମାନେ ଯେପରି ଭାବରେ କାମ କରନ୍ତି ତାହାକୁ ଆମେ ସର୍ବଦା ସଲାମ୍‌ କରୁ। ଆଜି ଆମେ ରାତିରେ ଭଲରେ ଓ ଶାନ୍ତି ଶୋଇପାରୁଛନ୍ତି କେବଳ ସୀମାରେ ସଜାଗ ଥିବା ଯବାନଙ୍କ ପାଇଁ। ଆଜି ଆମ ସୈନ୍ୟଙ୍କୁ ନେଇ ଆମେ ଗର୍ବ କରୁ। ଅନେକ ବ୍ୟକ୍ତିତ୍ୱ ଦେଶ ପାଇଁ ଅନେକ ବଳିଦାନ ଦେଉଛନ୍ତି ହେଲେ ସୀମାରେ ସଜାଗ ଥିବା ସୈନ୍ୟଙ୍କ ବଳିଦାନ ପାଇଁ ଆମେ ଋଣୀ ବୋଲି କହିଛନ୍ତି ରାଜନାଥ।

Advertisment
Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ