Advertisment

ରାଜୀବ ଗାନ୍ଧି ହତ୍ୟା ମାମଲା: ହତ୍ୟାକାରୀଙ୍କୁ ମୁକ୍ତ ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର

ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର। ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟଳୟରେ ଆବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
Rajiv Gandhi Assassination Case

Rajiv Gandhi Assassination Case

Advertisment

ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର। ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟଳୟରେ ଆବେଦନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିବା ଉଚିତ୍‌ ବୋଲି ଆବେଦନରେ ଦର୍ଶାଯାଇଛି।

Advertisment

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଅତି ସମ୍ବେଦନଶୀଳ ଓ ଗମ୍ଭୀର ମାମଲା। ତେଣୁ ଏହା ଉପରେ ପୁନଃ ବିଚାର କରାଯାଉ। ୩୧ ବର୍ଷର ଜେଲ୍‌ଦଣ୍ଡ ପରେ ସୁପ୍ରିମକୋର୍ଟ ରାଜୀବ ଗାନ୍ଧି ହତ୍ୟାକାଣ୍ଡର ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ନଳିନୀ ଶ୍ରୀହରନ ଓ ଅନ୍ୟ ୫ ଜଣ ଥିଲେ। ଏମାନଙ୍କୁ ମୁକ୍ତ କରିବାକୁ ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ।

କିନ୍ତୁ ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡ଼ି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମ୍ବିଧାନର ଧାରା ୧୪୨ ଅନୁସାରେ, ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଶନିବାର ନଳିନୀ ଶ୍ରୀହରନ, ତାଙ୍କ ସ୍ୱାମୀ ମୁରୁଗନ ଏବଂ ସନ୍ଥନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଅନ୍ୟତମ ଦୋଷୀ ପେରାରିଭଲନ ପୂର୍ବରୁ ମୁକ୍ତ ହୋଇ ସାରିଥିଲା। ଏବେ କୋର୍ଟଙ୍କ ରାୟର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି।  

Advertisment
Supreme Court Rajiv Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ