Advertisment

ଗେହେଲଟ୍‌ ଦେଖାଇଲେ ତାକତ୍‌: କହିଲେ, “କ୍ଷମା”କୁ ମନ୍ତ୍ରୀ ଭାବି ଆଗକୁ ଚାଲିବାକୁ ପଡ଼ିବ

ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍‌ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍‌ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।

ଗେହେଲଟ୍‌ ଦେଖାଇଲେ ତାକତ୍‌: କହିଲେ, “କ୍ଷମା”କୁ ମନ୍ତ୍ରୀ ଭାବି ଆଗକୁ ଚାଲିବାକୁ ପଡ଼ିବ

rajasthan-cabinet-expansion

Advertisment

ଜୟପୁର: ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍‌। ତେବେ ହଠାତ୍‌ ଏମିତି କାହିଁକି ବିଧାୟକ ଦଳ ବୈଠକ ଡ଼ାକିଲେ ଏବଂ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ, ଗେହେଲଟ୍-ପାଇଲଟ୍‌ଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ସ୍ଥିତି ଏମିତି ହେଲାଣି ଯେ, ଖୋଦ୍‌ କେନ୍ଦ୍ରୀୟ ନେତାମାନେ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ କୌଣସି ଲାଭ ମିଳିନାହିଁ। ଆଉ ଚର୍ଚ୍ଚାରେ ରହିଥିବା କ୍ୟାବିନେଟ୍‌ ସମ୍ପ୍ରସାରଣ କେବେ ହେବ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଗଲାଣି।

Advertisment

ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍‌ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍‌ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।

Advertisment

ଗେହେଲଟ୍ ନିଜ ଦଳର ବିଧାୟକମାନଙ୍କୁ କହିଥିଲେ ଯେ, ଆଜି ବି ମୁଁ ଆପଣମାନଙ୍କ ଅଭିଭାବକ ପରି କାମ କରୁଛି। ପୂର୍ବରୁ ମଧ୍ୟ ଏହା କରୁଥିଲି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ଯଦି ନିଜ ମଧ୍ୟରେ ଲଢେଇ କରିବା ତେବେ କୌଣସି ଲାଭ ହେବ ନାହିଁ। ତେଣୁ ଘର କରି ସମସ୍ତଙ୍କର କଳି ଥାଏ। ତେଣୁ ତାହାକୁ ସମାଧାନ କରିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏବଂ କ୍ଷମା ହିଁ ମଣିଷର ବଡ଼ପଣ ବୋଲି ସେ କହିଛନ୍ତି। ଆଉ ମଧ୍ୟାହ୍ଣ ଭୋଜନ ପରେ ପୁଣି ଥରେ ଅଜୟଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ତେବେ ଅଜୟ କଂଗ୍ରେସର ପ୍ରତ୍ୟେକ ନେତାଙ୍କ ସହ ଆଲୋଚନା କରୁଛନ୍ତି। ସମସ୍ତଙ୍କ ପରାମର୍ଶ ମଧ୍ୟ ନେଉଛନ୍ତି। ଆଉ ଖୁବଶୀଘ୍ର ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃମଣ୍ଡଳକୁ ଏକ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି। ସେ ଯାହାବି ହେଉ ଅଶୋକ-ସଚିନଙ୍କ ମଧ୍ୟରେ ଲାଗିରହିଥିବା ବିବାଦର କେବେ ଅନ୍ତ ହେବ ତାହା ଉପରେ ପୂରା ଦେଶର ନଜର ରହିଛି।

Advertisment
India Congress Politics Ashok Gehlot Rajastan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ