Advertisment

ଏହି ରାଜ୍ୟରେ ଘର ପିଛା ମିଳିବ ୧୦୦ ୟୁନିଟ୍‌ ମାଗଣା ବିଜୁଳି, ଜାଣନ୍ତୁ...

ଜୁନ୍‌ ୧ ରୁ ଘର ପିଛା ଶହେ ୟୁନିଟ୍‌ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି ।

ଅଦ୍ୟତନ ହୋଇଛି
Free Electricity

Free Electricity

Advertisment

କାଲିଠୁ ଘର ପିଛା ମିଳିବ ୧୦୦ ୟୁନିଟ୍‌ ମାଗଣା ବିଜୁଳି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏହି ଘୋଷଣା କରିଛନ୍ତି । ମୁଣ୍ତ ଉପରେ ୨୦୨୪ ସାଧାରଣ ନିର୍ବାଚନ । ପୁଣି ଥରେ ରାଜସ୍ଥାନରେ ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡ଼ିଲେଣି କଂଗ୍ରେସ ସରକାର । ରାଜ୍ୟବାସୀଙ୍କୁ ମାସକୁ ଶହେ ଏବଂ ଚାଷୀଙ୍କୁ ଦୁଇ ହଜାର ୟୁନିଟ ମାଗଣା ବିଜୁଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । 

Advertisment

ଆପ୍‌ ଓ କଂଗ୍ରେସ୍‌ ସରକାର ଦିଲ୍ଲୀ ଓ କର୍ଣ୍ଣାଟକରେ ବହୁମତ ହାସଲ କରିଥିବା ବେଳେ ଏବେ ଏହି ଫର୍ମୂଲା ଆପଣେଇଛନ୍ତି । ଜୁନ୍‌ ୧ ରୁ ଘର ପିଛା ଶହେ ୟୁନିଟ୍‌ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି । ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ଶୁକ୍ରବାର ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଏହି ଘୋଷଣା କରିଛନ୍ତି । ଏହି ସ୍କିମ ପାଇଁ ଗେହଲଟ ସରକାରଙ୍କୁ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟ ସରକାର ପୂର୍ବରୁ ଦେଉଥିବା ସବସିଡିର ପରିମାଣ ୩ ଶହ କୋଟିରୁ ୭୫୦ କୋଟି ହୋଇଥିବା ବେଳେ ଏବେ ଯେଉଁ ମାଗଣା ବିଜୁଳି ଦିଆଯିବ, ତାକୁ ମିଶାଇଲେ ରାଜ୍ୟ ସରକାରଙ୍କ ଉପରେ ସମୁଦାୟ ୭ ହଜାର କୋଟିର ଅତିରିକ୍ତ ବୋଝ ପଡ଼ିବ ।

ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୧.୨୪ କୋଟି ରହିଛି । ସେମାନଙ୍କ ମଧ୍ୟରୁ ୧.୦୪ କୋଟି ମାସକୁ ଶହେ ୟୁନିଟ୍‌ରୁ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ କରୁଛନ୍ତି । ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ବିଦ୍ୟୁତ୍‌ ସଂଯୋଗ ନେବାକୁ ଅନୁମତି ପାଇଥିଲେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ । 

Advertisment

ଏହି ଯୋଜନାର ଲାଭ ଉଠାଇବା ପାଇଁ ଏଯାବତ ୭୬ ଲକ୍ଷ ଉପଭୋକ୍ତା ନିଜ ନାମ ପଞ୍ଜୀକରଣ କରି ସାରିଥିବା ଜଣେ ଅଧିକାରୀ କହିଛନ୍ତି। ଯେଉଁମାନେ ଶହେ ୟୁନିଟରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର କରିବେ ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ସବସିଡି ପାଇପାରିବେ ବୋଲି କୁହାଯାଇଛି । ଏହି ଯୋଜନାର ଅପବ୍ୟବହାର ତଥା ବିଦ୍ୟୁତ୍‌ ଚୋରି ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ରାଜସ୍ଥାନ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଗେହଲଟ୍‌ ଆହୁରି କହିଛନ୍ତି ଯେ ରାଜ୍ୟବାସୀ ଉଜ୍ଜ୍ୱଳା ଯୋଜନାରେ ଆଗାମୀ ଦିନରେ ୫୦୦ଟଙ୍କାରେ ଗ୍ୟାସ୍‌ ପାଇବେ । ଏହାଛଡ଼ା ଲମ୍ପି ଚର୍ମ ରୋଗରେ ପ୍ରାଣ ହରାଇଥିବା ଗାଈ ମାନଙ୍କର ମାଲିକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ।

Free Electricity Rajasthan CM Ashok Gehlot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ