Advertisment

୬ ଏବଂ ୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷିବ

ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ

ଅଦ୍ୟତନ ହୋଇଛି
rain Alert For Odisha

rain Alert For Odisha

Advertisment

ନୂଆଦିଲ୍ଲୀ: ଆସନ୍ତା ୬ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ OTVକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ଓ ୭ରେ ଭଲ ବର୍ଷା ହେବ। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି କହିଲେ ମୃତ୍ୟୁଞ୍ଜୟ।

Advertisment

ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ। ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି। କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି । ରାଜ୍ୟରେ ମୋଟ ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ, ମାଲକାନଗିରି, ନୂଆପଡ଼ା ଛାଡ଼ି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି। ତେବେ ସେପ୍ଟେମ୍ବରରେ ବର୍ଷା ସମ୍ଭାବନା ଅଗଷ୍ଟ ୩୧ରେ ପୂର୍ବାନୁମାନ କରାଯିବ ବୋଲି ଆଇଏମ୍‌ଡ଼ି ସୂଚନା ଦେଇଛନ୍ତି।

Advertisment

ତେବେ ମୋଟ୍‌ ଉପରେ ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ । ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି । ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି। ଆକାଶରେ ମେଘ ମୁହଁ ଦେଖାଉଛି ହେଲେ ବରଷୁ ନଥିବାରୁ ସବୁଠି ଏସନ ଫସଲ ଆଶା ଛାଡ଼ି ସାରିଲେଣି ଅନ୍ନଦାତା। ଅଗଷ୍ଟ ପ୍ରଥମ ସପ୍ତାହରୁ ମୌସୁମୀ ପୁରା ଗାଏବ, ଏବେ ଡହ ଡହ ଖରା ହେଉଛି। ତେଣୁ ନିଶ୍ଚିତ ମରୁଡ଼ି ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ତେବେ ଆଜି ଆଇଏମଡ଼ି ପକ୍ଷରୁ ମିଳିଥିବା ସୂଚନା ଚାଷୀ ଭାଇଙ୍କ ମନରେ ଆନନ୍ଦ ଖେଳାଇ ଦେଇଛି।

IMD Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ