Advertisment

ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି।

ଅଦ୍ୟତନ ହୋଇଛି
undefined

Rain-battered north India

Advertisment

ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର। କେଉଁଠି ପାହାଡ଼ ଧସିଛି ତ କେଉଁଠି ଧୋଇଯାଇଛି ବଡ଼ ବଡ଼ ସେତୁ ଏବଂ ରାସ୍ତାଘାଟ। ହିମାଚଳ ପ୍ରଦେଶର ଅନେକ ରୁଟରେ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ୮୮ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୧୬ ଜଣଙ୍କ ପତ୍ତା ମିଳୁନି। ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।

Advertisment

କେଉଁଠି ପାହାଡ଼ ଧସିଛି, ତ କେଉଁଠି ଧୋଇଯାଇଛି ପୋଲ ପ୍ରକୃତିର ତାଣ୍ଡବଲୀଳା କିଭଳି ହୋଇପାରେ ବିପର୍ଯ୍ୟୟର ଛାତିଥରା ଚିତ୍ର ସାମନାକୁ ଆସିଛି। ଖିନଭିନ୍ ହୋଇପଡିଛି ହିମାଚଳ ପ୍ରଦେଶର ମନାଲି ସହର। ପର୍ଯ୍ୟଟନ କ୍ଷେତ୍ରରେ ପ୍ରକୃତି ଦାଉ ସାଧିବା ପରେ ଭଙ୍ଗା ପୋଲରୁ ଏକ ଅସ୍ଥାୟୀ ସିଡ଼ି ଯୋଗେ ନଦୀ ଗର୍ଭକୁ ଓହ୍ଲାଇ ଯା ଆସ କରୁଛନ୍ତି ଲୋକେ। ନଦୀ ପାର ହେବା ଲାଗିଥିବା ପୋଲର ଅଧା ଅଂଶ ବନ୍ୟାରେ ଧୋଇଯିବା ପରେ ପର୍ଯ୍ୟଟକମାନେ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି। 

ଅଧିକ ପଢ଼ନ୍ତୁ: ଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧିଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

Advertisment

ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି। ହିମାଚଳ ପ୍ରଦେଶ ସୋଲାନ ସାମତି ଅଞ୍ଚଳରେ ବନ୍ୟାର ପ୍ରଖର ସ୍ରୋତରେ ମାଟି କାଦୁଅ ଆସି ପାହାଡ଼ ଉଚ୍ଚରେ ଜମା ହେବା ସହ କୋଠା ଘର ପୋତି ହେବାକୁ ବସିଛି। ଆଉ କିଛି ଘରେ ଫାଟ ସୃଷ୍ଟି ହୋଇଥିବାରୁ ସେ ସବୁ ଘରକୁ ଖାଲି କରିବା ଲାଗି ନିର୍ଦ୍ଦେଶ ଦେଇଛି ପ୍ରଶାସନ।

ଅଧା ପାହାଡ଼ ଧସି ନଦୀ ଗର୍ଭରେ ଲୀନ ହେଲାଣି। ଯେଉଁଠି ଦିନେ ହାଇ ୱେ ଥିଲା ସେଠି ଆଜି ନଦୀର ଧାର। ହିମାଚଳ ପ୍ରଦେଶ ମନାଲିରେ ଦୁର୍ଦ୍ଦଶାର ଗଦାଗଦା ଚିତ୍ର ସାମ୍ନାକୁ ଆସୁଛି। ନଦୀକୂଳରେ ଥିବା ଅନେକ ଘରଦ୍ବାର ଏବଂ ଦୋକାନ ବଜାର ସବୁ ବନ୍ୟାରେ ଧୋଇହୋଇଯାଇଛି। ହିମାଚଳ ପ୍ରଦେଶର ରାଜସ୍ୱ ମନ୍ତ୍ରୀ ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି।

Advertisment

ମଣ୍ଡି ଅଞଳରେ ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଜଗତ ସିଂ ନେଗୀ, ରାଜସ୍ବ ମନ୍ତ୍ରୀ, ହିମାଚଳ ପ୍ରଦେଶ। ଉତ୍ତରାଖଣ୍ଡରେ ବି ବିପର୍ଯ୍ୟୟ ଘଟାଇଛି ବର୍ଷା ଓ ବନ୍ୟା। ଉତ୍ତରକାଶୀ ଅଞ୍ଚଳରେ ଗଙ୍ଗୋତ୍ରୀ ହାଇୱେ ରାସ୍ତା ଉପରେ ପାହାଡ଼ ଧସିଥିବା ବେଳେ ଜଳସ୍ରୋତ ଏବେ ବି ଥମିନି। ମାତ୍ର ଏଭଳି ସ୍ଥିତିରେ ଯାତାୟାତ ଲାଗି କୌଣସି ବିକଳ୍ପ ନଥିବାରୁ ଜୀବନକୁ ବାଜି ଲଗାଇ ଅତି ବିପଦପୂର୍ଣ୍ଣ ଭାବେ ଯାଆସ କରୁଛନ୍ତି ଯାତ୍ରୀ। ଉତ୍ତରକାଶୀ ଧାରାଲି ଅଞ୍ଚଳରେ କ୍ଷୀରଗଙ୍ଗା ନଦୀରେ ବନ୍ୟା ଆସିବା ପରେ ଗଙ୍ଗୋତ୍ରୀ ଆଡକୁ ଯାଇଥିବା ଜାତୀୟ ରାଜପଥ ଧୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। 

ପିଥୋରାଗଡ଼ ଧାରଚୁଲା ଅଞ୍ଚଳରେ ଚାହୁଁଚାହୁଁ ନଦୀ ଗର୍ଭରେ ଲୀନ ହୋଇଯାଉଛି ଏକ କୋଠା ଘର। ଏହାର ଲାଇଭ୍ ଭିଡିଓ କ୍ୟାମେରାରେ କଏଦ ହୋଇଛି। ଉତ୍ତରାଖଣ୍ଡ ଚାମୋଲି ପାତାଲଗଙ୍ଗା ନିକଟରେ ମଧ୍ୟ ଭୂସ୍ଖଳନର ଗଦା ଗଦା ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଉତ୍ତରାଖଣ୍ଡ କୋଟଦ୍ବାର ଅଞ୍ଚଳରେ ନଦୀକୁ ଏକ କାର୍ ଖସି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ କାରରେ ଥିବା ଅନ୍ୟ ୩ ଜଣଙ୍କର ପତ୍ତା ମିଳିନାହିଁ। 

ଉତ୍ତରାଖଣ୍ଡରେ ବର୍ଷା ଲାଗି ରହିଥିବା ବେଳେ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରୁ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ହରିୟାଣାରୁ ଅଧିକ ଜଳ ଛଡା ଯିବା ଫଳରେ ଏହା ଆହୁରି ଅଧିକ ବଢିବାର ଆଶଙ୍କା ଦେଖାଦେଇଛି।

ହରିୟାଣା ହାଥିନିକୁଣ୍ଡ ବ୍ୟାରେଜ୍ ଗେଟ୍ ଖୋଲାଯିବା ପରେ ଜମୁନା ନଦୀକୁ ଜଳ ପ୍ରବାହ ବଢ଼ିବାରେ ଲାଗିଛି। ସେପଟେ ପ୍ରବଳ ବର୍ଷା ପରେ ହରିୟାଣା-ଚଣ୍ଡୀଗଡ଼ ରୋଡରେ ଥିବା ଏକ ସ୍କୁଲ ଜଳମଗ୍ନ ହୋଇଛି। ସ୍କୁଲ୍ ପରିସରରେ ପାଣିର ସୁଅ ଛୁଟୁଥିବା ବେଳେ ସେଠାରେ ଫସିଥିବା ୭୫୦ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଷ୍ଟାଫଙ୍କୁ ଉଦ୍ଧାର କରାଯାଇଛି।

Flood Control Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ