Railways increase ex-gratia relief
ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି । ରେଲୱେ ଦୁର୍ଘଟଣାଜନିତ ମୃତାହତ ଅନୁକମ୍ପା ରାଶିକୁ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଏନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ ଜାରି ହୋଇଛି। ଦୁର୍ଘଟଣା ଓ ଅପ୍ରତ୍ୟାଶିତ ଦୁର୍ଘଟଣା ପାଇଁ ପୃଥକ ପୃଥକ ଅନୁକମ୍ପା ରାଶି ବିଷୟ ଘୋଷଣା ହୋଇଛି। ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
ରେଳ ଦୁର୍ଘଟଣାରେ ଏଣିକି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ଦୁର୍ଘଟଣାରେ ଗୁରତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହାତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ସେହିପରି ଲେବଲ କ୍ରସିଂ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମଧ୍ୟ ସମାନ ଅନୁକମ୍ପା ରାଶି ଘୋଷଣା କରାଯାଇଛି।
ଅପରପକ୍ଷେ ଅପ୍ରତ୍ୟାଶିତ ଦୁର୍ଘଟଣାରେ ମୃତ୍ୟୁ ହେଲେ ଦେଢ଼ ଲକ୍ଷ ଟଙ୍କା, ଅପ୍ରତ୍ୟାଶିତ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯିବ । .ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695267718.jpg)