Advertisment

ସାଂସଦ, ବିଧାୟକଙ୍କୁ ରେଳମନ୍ତ୍ରୀଙ୍କ ଆହ୍ୱାନ- ପାଦେ ବଢ଼ାଅ, ୧୦ ପାଦ ଆଗକୁ ବଢ଼ାଇବୁ

ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।

Railway Minister Ashwini Vaishnaw

Railway Minister Ashwini Vaishnaw

Advertisment

ରେଳ ବିଭାଗକୁ ସାଂସଦ ଓ ବିଧାୟକ ସହାୟତା କରନ୍ତୁ। ନିଜ ବିଭାଗ ବୋଲି ଭାବି କାମ କରନ୍ତୁ। ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ। ଏଭଳି ଭାବେ ଦେଶର ସାଂସଦ, ବିଧାୟକଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଗତକାଲି ବିହାର ଝାଞ୍ଜରପୁରରେ କିଛି ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ ରେଳ ମନ୍ତ୍ରୀ। ଏହି ଅବସରରେ ଦେଶରେ ବିଭିନ୍ନ ରେଳ ପ୍ରକଳ୍ପରେ ଦେଖାଯାଉଥିବା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସାଂସଦ ଓ ବିଧାୟକଙ୍କୁ ଆହ୍ୱାନ କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ନିଜ ଅଞ୍ଚଳର ବିକାଶ ପାଇଁ ରେଳ ବିଭାଗ ସହ କାମ କରନ୍ତୁ। ଯେକୌଣସି ଦଳ କିମ୍ବା ଚିନ୍ତା ଧାରାର ହେଲେ ବି ରେଳ ବିଭାଗକୁ ନିଜର ବୋଲି ଭାବି କାମ କରନ୍ତୁ ବୋଲି ଅଶ୍ୱିନୀ ବୈଷ୍ଣବ ଦୋହରାଇଥିଲେ। 

Advertisment
Railway Minister Indian Railway Projects Railway Minister Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ