Advertisment

ହସ୍ପିଟାଲରେ ରାହୁଲ ପିଇଲା ସୁପ୍‌ : ସୋଡିୟମ ସ୍ତର ହ୍ରାସ ପାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।

ଅଦ୍ୟତନ ହୋଇଛି
Special story

Special story

Advertisment

ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତାର ସ୍କିନ ଆନାଲିସିସ ଶେଷ ହୋଇଛି । ଦୀର୍ଘ ସମୟ ଧରି ପାଣିରେ ରହିଥିଲେ ବି ରାହୁଲର ଚର୍ମ ସ୍ଥିତି ଭଲ ରହିଛି । ଚର୍ମ ରୋଗ ଭଳି କୌଣସି ଆଶଙ୍କା ନଥିବା କହିଛନ୍ତି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ ।

Advertisment

ତେବେ ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି । ଏବେ ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସିଯିବ ବୋଲି ଆଶା କରାଯାଉଛି । ତେବେ ରାହୁଲକୁ ଜ୍ୱର ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି । ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି ବୋଲି ସେ କହିଛନ୍ତି ।

ତେବେ ଉଦ୍ଧାର ପରେ ହସ୍ପିଟାଲକୁ ଆଣିବା ରାସ୍ତାରେ ତାକୁ କ୍ଷୀର ଓ ବିସ୍କୁଟ ଦିଆଯାଇଥିଲା । ସେ କ୍ଷୀର ପିଇବା ସହ ବିସ୍କୁଟ ମଧ୍ୟ ଖାଇଥିଲା । ସେହିପରି ରାତିରେ ମଧ୍ୟ ରାହୁଲକୁ ବିସ୍କୁଟ ଖାଇବାକୁ ଦିଆଯାଇଥିଲା । ହସ୍ପିଟାଲରେ ତାକୁ ଆଜି ସୁପ୍ ଦିଆଯାଇଛି । ସେ ଆଜି ସୁପ୍ ପିଇଥିବା ସହ ଖାଦ୍ୟ ଗ୍ରହଣ ମଧ୍ୟ କରୁଛି ।

Advertisment

କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ?

ବୋରେଓ୍ୱଲ ଭିତରେ ଖସିପଡ଼ିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ସବୁ କଳ, ବଳ, କୌଶଳ ଏକାଠି ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲା ମିଳିତ ରେସ୍‌କ୍ୟୁ ଟିମ୍ । ସୋମବାର ରାତି ସୁଦ୍ଧା ରେସ୍‌କ୍ୟୁ ଟିମ୍ ରାହୁଲ ପାଖରେ ପହଞ୍ଚି ସାରିଥିଲା । ତେବେ ରାହୁଲ ଓ ରେସ୍‌କ୍ୟୁଟିମ୍ ମଧ୍ୟରେ ଦୂରତା ଥିଲା ମାତ୍ର କେଇ ଇଞ୍ଚ। ହେଲେ ସେଇ କେଇ ଇଞ୍ଚର ଦୂରତା ଅତିକ୍ରମ କରିବା ରେସ୍‌କ୍ୟୁ ଟିମ୍ ପାଇଁ ଥିଲା କଠିନ ବ୍ୟାପାର । କାରଣ ଏକ ଶକ୍ତ ପଥୁରିଆ ଚଟାଣ ହିଁ ସାଜିଥିଲା ବଡ଼ ପ୍ରତିବନ୍ଧକ ।

ତେଣୁ ଏଇ କେଇ ଇଞ୍ଚର ଦୂରତା ହଟାଇବାକୁ ଅତି ସନ୍ତର୍ପଣ ଓ ସତର୍କତାର ସହ ଆଗକୁ ବଢିଥିଲା ରେସ୍କ୍ୟୁ ଟିମ୍। ରେସ୍କ୍ୟୁ ଅପରେସନର ଶେଷ ଦିନରେ ଅର୍ଥାତ୍‌ ଗତକାଲି ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିଲା ସେନା। NDRF, SDRF ଓ ଅନ୍ୟ ଏଜେନ୍ସିର ମିଳିତ ଟିମ୍‌ର ଅନବରତ ଅପରେସନକୁ ବଳ ଯୋଗାଇଥିଲେ ସେନାର ବରିଷ୍ଠ ଓ ଅଭିଜ୍ଞ ଟିମ୍।

Advertisment

ଅପରେସନରେ ମୋଟ ୧୫୦ ଅଧିକାରୀ ନିୟୋଜିତ ହୋଇଥିଲେ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପିଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ରେସ୍କ୍ୟୁ ଚାଲିଥିଲା ଅପରେସନ୍। ରାହୁଲ ଫସି ରହିଥିବା ବୋର୍‌ୱେଲ୍‌ ଗାତ ଭିତରେ ଜଳପତ୍ତନ ବଢ଼ି ନଯିବା ଲାଗି ସ୍ଥାନୀୟ ଅଞ୍ଚଳର ସମସ୍ତ ବୋର୍‌ୱେଲ୍‌ ପଏଣ୍ଟ ଗୁଡ଼ିକୁ ଖୋଲି ଦିଆଯାଇଥିଲା।

ରେସ୍କ୍ୟୁ ଅପରେସନର ନେତୃତ୍ୱ ନେଉଥିବା ଜିଲ୍ଲାପାଳ ଓ ଏଡିଏମ୍ ଉଭୟ ସିଭିଲ ଇଂଜିନିୟର ହୋଇଥିବାରୁ ସେମାନଙ୍କ ଅଭିଜ୍ଞତାକୁ ଭରପୁର ଉପଯୋଗ କରିଥିଲେ ରେସ୍କ୍ୟୁ ଟିମ୍। ଶେଷରେ ୧୦୪ ଘଣ୍ଟାର ଅପରେସନ ପରେ ପଥର ଚଟାଣ କାଟି ରାହୁଲକୁ ସୁରକ୍ଷିତ ଭାବେ ବୋର୍‌ୱେଲ୍‌ ଭିତରୁ ଉଦ୍ଧାର କରାଯାଇଥିଲା।

Chhattisgarh Operation Rahul Operation Zindagi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ