Advertisment

‘ରାହୁଲକୁ ଦେଖିବା ପରେ ଖୁସିରେ କାନ୍ଦି ପକାଇଲୁ’

କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? ବୋରୱେଲ୍‌ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍‌ରେ NDRF ଇନ୍ସପେକ୍ଟର ମହାବୀର ମହାନ୍ତି ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
Rahul rescue operation: NDRF Inspector Mahabir Mohanty shares experience

Rahul rescue operation: NDRF Inspector Mahabir Mohanty shares experience

Advertisment

୫ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ  ୧୦ ବର୍ଷର ବାଳକ ରାହୁଲ ଉଦ୍ଧାର ହୋଇଛି। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା NDRF ଟିମ୍‌କୁ ଚାରିଆଡ଼େ ଭୁରି ଭୁରି ପ୍ରଶଂସା କରାଯାଉଛି। NDRF ଟିମ୍‌ର କର୍ତ୍ତବ୍ୟ ନିଷ୍ଠା ଓ ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି। 
ଭିକ୍ଟିମ୍‌ ଲୋକେସନ କ୍ୟାମେରା ଦ୍ୱାରା ରାହୁଲର ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଏହି କଷ୍ଟକର ଅପରେସନ୍ ଆରମ୍ଭ ହୋଇଥିଲା। 

Advertisment

ଏଥିପାଇଁ ଆନ୍ଧ୍ରପ୍ରଦେଶର NDRF ଯବାନ  ଅନୀଲ ଓ ମହାରାଷ୍ଟ୍ରର କାପ୍‌ସେ ଏଲ.ବି ବୋରୱେଲ୍‌ ଉପରେ ରହି ପୁରା ଘଟଣାକ୍ରମ ଉପରେ ନଜର ରଖିଥିଲେ। ସେମାନଙ୍କ ସୂଚନା ଆଧାରରେ ୫ ଦିନ ଧରି ଚାଲିଥିଲା ଅପରେସନ୍। ଏପରିକି ବୋରୱେଲ୍‌ ଭିତରର ଦୃଶ୍ୟ ମଧ୍ୟ ଆମେ ଦେଖି ପାରୁଥିଲେ। ଏଥିସହ ରାହୁଲଙ୍କୁ ବିଭିନ୍ନ ସମୟରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା। NDRFର  ୨ ଯବାନ ଅନୀଲ ଓ କାପ୍‌ସେ ବୋରୱେଲ୍‌ ଉପରେ ରହି ପୁରା ଘଟଣାକ୍ରମ ଉପରେ ନଜର ରଖିଥିଲେ।  ଦୁଇ ଯବାନଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସଲାମ ଜଣାଇଛନ୍ତି।   

କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? ବୋରୱେଲ୍‌ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍‌ରେ ସାମିଲ ହୋଇଥିବା NDRF ଇନ୍ସପେକ୍ଟର ମହାବୀର ମହାନ୍ତି ଏସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ‘ବୋରୱେଲ୍‌ ଭିତରକୁ ଛୋଟ ପିଲାଟି ଖସି ପଡ଼ିଥିବା ନେଇ ସୂଚନା ମିଳିବା ପରେ ଆଉ ଡେରି ନକରି ଟିମ୍‌କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲୁ। ରାହୁଲଙ୍କୁ କେମିତି ଲାଇଫ୍‌ ସପୋର୍ଟ ଦିଆଯିବ, ଏହା ଉପରେ ଆମେ ପ୍ରାଧାନ୍ୟ ଦେଇଥିଲୁ। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଥିଲା। ଜୀବନ ମରଣର ସମସ୍ୟା ଥିଲା। ମାତ୍ର ଚ୍ୟାଲେଞ୍ଜ୍ ଭାବେ ନେଇଥିଲୁ।

Advertisment

ମହାବୀର ମହାନ୍ତି ଆହୁରି କହିଛନ୍ତି, ‘ମୋ କ୍ୟାରିୟରରେ ପୂର୍ବରୁ କେବେ ଏପରି ଚ୍ୟାଲେଞ୍ଜ ଆସି ନ ଥିଲା। ମାତ୍ର NDRF ପାଇଁ ପ୍ରତି ଘଟଣାକୁ ନୂଆ ଚ୍ୟାଲେଞ୍ଜ୍ ଭାବେ ନେଇ କାମ କରିଥିଲୁ। ବୋରୱେଲ ଭିତରେ ପାଣି,ସାପ,ବେଙ୍ଗ ଥିବାରୁ କଷ୍ଟସାଧ୍ୟ ଥିଲା। ରାହୁଲର ଆବନର୍ମାଲ ସ୍ଥିତି ଆହୁରି ଅସୁବିଧା ସ୍ଥିତି ସୃଷ୍ଟି କରିଥିଲା। ଆମର ଜୀବନ ପ୍ରତି ବିପଦ ଥିଲେ ବି ଖାତିର ନ ଥିଲା। ଆଉ ଯେତେବେଳେ ଆଖିରେ ରାହୁଲକୁ ଦେଖିଲୁ, ଖୁସିରେ କାନ୍ଦି ପକାଇଥିଲୁ।

Advertisment
Chhattisgarh Operation Rahul Operation Zindagi Rahul Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ