Advertisment

କିପରି ଅଛି ରାହୁଲ୍‌ର ସ୍ୱାସ୍ଥ୍ୟ ଅବସ୍ଥା

କାଲି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ରେସ୍କ୍ୟୁ ଟିମ୍ର ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବଦଳିଯାଇଛି ସବୁ କିଛି। ରାହୁଲକୁ ସୁରକ୍ଷିତ ଉଦ୍ଧାର ପରେ ଏବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା।

Rahul rescue operation and health condition

Rahul rescue operation and health condition

Advertisment

କାଲି ଏତିକିବେଳେ କୋଟି କୋଟି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ଏହା ଭିତରେ ୨୪ ଘଣ୍ଟା ବିତିଯାଇଛି। ଏହାରି ଭିତରେ ବଦଳି ଯାଇଛି ସ୍ଥିତି, ପରିସ୍ଥିତି, ଦୃଶ୍ୟପଟ୍ଟ। ଗତକାଲି ସାରା ଦେଶବାସୀଙ୍କ ଦୃଷ୍ଟି ନିବଦ୍ଧ ଥିଲା ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ଫିରିଡ୍ ଗାଁରେ। ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରେ ଫସିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ଜୀବନ ମରଣ ସଂଘର୍ଷ ଚାଲିଥିଲା। କିତ୍ନୁ ଆଜିର ଏ ଦୃଶ୍ୟ ଚରମ ଆଶ୍ୱସ୍ତି ଓ ଆଶ୍ୱାସନା ଦେଇଛି।

Advertisment

୫ ଦିନର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ କାଲି ରାତି ପ୍ରାୟ ୧୨ଟାରେ ଉଦ୍ଧାର ହେବାର ମାତ୍ର ୫୬ ମିନିଟ୍ ଭିତରେ ବିଳାସପୁର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ରାହୁଲ। ଏପଟେ ଚିକିତ୍ସା ଲାଗି ଅପେକ୍ଷା କରିଥିଲା ସ୍ୱତନ୍ତ୍ର ଡାକ୍ତରୀ ଦଳ। ରାହୁଲ ପହଞ୍ଚିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଚିକିତ୍ସା। ରାହୁଲର ସମସ୍ତ ପ୍ରାରମ୍ଭିକ ଚିକିତ୍ସା ପରେ ଆଜି ତା’ର ସ୍କିନ୍‌ ଆନାଲିସିସ୍‌ ହୋଇଛି।

ରାହୁଲ୍ ଶରୀରରେ ସୋଡିୟମ ସ୍ତର ସାମାନ୍ୟ କମ୍ ଥିବାରୁ ତାକୁ ଡ୍ରିପ୍‌ ଦିଆଯାଇ ସ୍ଥିତି ସ୍ୱାଭାବିକ ପାଇଁ ଉଦ୍ୟମ କରାଯାଉଛି। ମେଡିକାଲରେ ଏକ ୬ ଜଣିଆ ଡାକ୍ତରୀ ଦଳ, ତା’ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ଏହା ଭିତରେ ରାହୁଲକୁ ଜ୍ୱର ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

Advertisment

ସେପଟେ ଅନେକ ସମୟ ଧରି ପାଣି ଭିତରେ ଥିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍। ତା’ ଶରୀରର କିଛି ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ବି ହୋଇଛି। ତେଣୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅତିକମରେ ୭ ଦିନ ସମୟ ଲାଗିବ ବୋଲି ଡାକ୍ତରୀ ଦଳ ଅନୁମାନ କରିଛନ୍ତି।.

ଶୁକ୍ରବାର ଗାତରେ ପଡ଼ିବା ଦିନଠୁ ତା’ର ସୁରକ୍ଷିତ ଉଦ୍ଧାର ପ୍ରକ୍ରିୟା ଉପରେ ପ୍ରତି ମୁହର୍ତ୍ତରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଉଦ୍ଧାର ପରେ ଚିକିତ୍ସିତ ହେଉଥିବା ରାହୁଲକୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପହଞ୍ଚଥିଲେ ବିଳାଶପୁର ହସ୍ପିଟାଲରେ। ରାହୁଲ ଏବଂ ତା’ ପରିବାର ଲୋକଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ବଘେଲ।

Advertisment

ଏହାପରେ ଡାକ୍ତରୀ ଟିମ୍‌ ସହ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଦଣ୍ଡବତ ହେବା ସହ ତାଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ ରାହୁଲଙ୍କ ମାଆ। ସେହିଭଳି ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଅନ୍ୟ ଜନପ୍ରତିନିଧି ମେଡିକାଲ ଯାଇ ରାହୁଲର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଓ ଆଜି ବି ମେଡିକାଲରେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରିଛି ରାହୁଲ। କାଲି ଏବଂ ଆଜି ସେ କ୍ଷୀର ଓ ବିସ୍କୁଟ୍‌ ଖାଇଥିବା ବେଳେ ସ୍ୱାଭାବିକ ଢଙ୍ଗରେ ସୁପ୍ ମଧ୍ୟ ପିଇଛି। ତେବେ ଖୁବ ଶୀଘ୍ର ରାହୁଲ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ଆଶା କରାଯାଉଛି।

(ରିପୋର୍ଟ : ବିଳାସପୁରରୁ ସଂଜୟ ଜେନା)

Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ