Advertisment

ଲଖିମପୁର ଖେରି ଯିବା ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଅନୁମତି

ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi & Priyanka Gandhi

Rahul Gandhi & Priyanka Gandhi

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି। 

Advertisment

ଲଖିମପୁର ଖେରି ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧି ଏକ ପ୍ରେସ୍‌ମିଟ୍‌ରେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବ୍ୟବସ୍ଥାଗତ ଭାବେ ଚାଷୀଙ୍କୁ ହତ୍ୟା କରାଯାଇଛି। ଗତକାଲି ମୋଦି ଲକ୍ଷ୍ନୌ ଗସ୍ତ କରିଥିଲେ। ହେଲେ କାହିଁକି ଲଖିମପୁର ଖେରି ଗଲେନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏହାସହ ରାଜନେତାଙ୍କୁ ଲଖିମପୁର ଖେରି ଯିବାକୁ ବାରଣ କରାଯିବା ନେଇ ରାହୁଲ କହିଛନ୍ତି ଯେ, ଦେଶରେ ଏକଛତ୍ରବାଦ ଶାସନ ଚାଲିଛି। ଗୋଟିଏ ଅଞ୍ଚଳକୁ ରାଜନେତାଙ୍କୁ ଯିବାକୁ ଦିଆଯାଉନାହିଁ। ଲଖିମପୁରରେ ୧୪୪ ଧାରା ଜାରି ହୋଇଛି। ଏଣୁ ଏଠାକୁ ୫ ଜଣ ଏକତ୍ରିତ ହୋଇ ଯିବା ଉପରେ ବାରଣ ରହିଛି। ହେଲେ ମାତ୍ର ୩ ଜଣ ଯିବେ ବୋଲି ରାହୁଲ କହିଥିଲେ।

ଅନ୍ୟପକ୍ଷେ, ରାହୁଲଙ୍କ ଅଭିଯୋଗକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ନେବାକୁ କଂଗ୍ରେସ ଉଦ୍ୟମ କରୁଛି ବୋଲି ସମ୍ବିତ କହିଛନ୍ତି। 

Advertisment

ପୂର୍ବରୁ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଘଟଣାସ୍ଥଳକୁ ଯିବା ପାଇଁ ଉଦ୍ୟମ ବେଳେ ସୀତାପୁରରେ ତାଙ୍କୁ ଅଟକ ରଖାଯାଇଥିଲା। ତେବେ ଶାନ୍ତି ଭଙ୍ଗ ଅଭିଯୋଗରେ ପରେ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଥିଲା। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ଲଖିମପୁର ଖେରି ଯିବା ପାଇଁ ବାହାରିଥିଲେ। ହେଲେ ଲକ୍ଷ୍ନୌ ଏୟାରପୋର୍ଟରେ ତାଙ୍କୁ ଅଟକାଇ ଦିଆଯାଇଥିଲା। 

Priyanka Gandhi Rahul Gandhi Congress Leader UP Violence Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ