Advertisment

ରାହୁଲଙ୍କୁ ଇଡିର ଚତୁର୍ଥ ରାଉଣ୍ତ ଜେରା

ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ।

undefined

RAHUL GANDHI

Advertisment

ଆଜି ଚତୁର୍ଥ ଥର ଲାଗି ଇଡିରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧି । ଗତ ୧୪, ୧୫ ଓ ୧୬ ତାରିଖ ତିନି ଦିନ ଧରି ଲଗାତାର ରାହୁଲ ଗାନ୍ଧିଙ୍କୁ ଘାଣ୍ଟିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ୩ ଦିନରେ ୨୫ ଘଂଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି । ନାସନାଲ ହେରାଲ୍ଡ ଆର୍ଥିକ ହେରଫେର ମାମଲାରେ ରାହୁଲ ଗାନ୍ଧିଙ୍କୁ ଜେରା କରୁଛି ଇଡ଼ି । 

Advertisment

ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧି । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ରାହୁଲଙ୍କୁ ଜେରା କରାଯାଉଛି । ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ୍‌ର ରାହୁଲଙ୍କ ପଦବୀ କଣ ଥିଲା? ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ ସହିତ ସଂପର୍କ କଣ? ସେନେଇ ପ୍ରଶ୍ନବାଣରେ ଘାଇଲା କରୁଛି ଇଡି ।

ସେପଟେ କେବେଳ ନାସନାଲ୍ ହେରାଲ୍ଡ ନୁହଁ, ଅନେକ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିବା ସହ ଇଡିକୁ ହାତ ବାରସି କରି ବିଜେପି ଏଭଳି କରୁଥିବା କହିଛନ୍ତି ମଲିକାର୍ଜୁନ ଖରଗେ । ଏହାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତର କଂଗ୍ରେସ ତରଫରୁ ସତ୍ୟାଗ୍ରହ ଜାରି ରହିଛି । ଅନ୍ୟପଟେ କଂଗ୍ରେସର ଆରୋପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ମହାପାତ୍ର । ସେ କହିଛନ୍ତି 'ଏ ଦେଶରେ କିଏ ରଜା ନୁହଁ କି ରାଣୀ ନୁହଁ, ଯାହାକୁ କିଏ ବି ପଚରା ଉଚରା କରିବନି। ଯିଏ ଭ୍ରଷ୍ଟାଚାର କରିଛି ସେ ତଦନ୍ତର ସାମନା କରିବାକୁ କାହିଁକି ଡରୁଛି' ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । 

Advertisment
Rahul Gandhi ED Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ