Advertisment

‘ଗାନ୍ଧି ପରିବାରର କୌଣସି ସଦସ୍ୟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେନି’

ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।

ଅଦ୍ୟତନ ହୋଇଛି
Congress President Election

No Gandhi family member should be next Congress chief says Rahul Gandhi

Advertisment

ଗାନ୍ଧି ମୁକ୍ତ ହେବ କି କଂଗ୍ରେସ ? ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ। ଆଜି କେରଳ କୋଚିରେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନ ଲଢ଼ିବା ନେଇ ଅଶୋକ ଗେହଲୋଟ୍ ସ୍ପଷ୍ଟ କରିଛନ୍ତି। ଏହାସହ ଅଶୋକ ଗେହଲୋଟ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାହୁଲ ଗାନ୍ଧି କହିଛନ୍ତି, ଗାନ୍ଧି ପରିବାରର କୌଣସି ସଦସ୍ୟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେନି।

Advertisment

ରାହୁଲ ଗାନ୍ଧି ଙ୍କ ସହ ଅଶୋକ ଗେହଲୋଟ୍ ଆଜି ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ଏହାପରେ ସେ ସୋନିଆ ଗାନ୍ଧି ଙ୍କୁ ଭେଟିବା ସହ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ, ଗେହଲୋଟ୍ ଯଦି ସଭାପତି ହୁଅନ୍ତି ତା’ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ଦଳ ବରିଷ୍ଠ ନେତା ସଚିନ୍ ପାଇଲଟ୍‌ଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିପାରେ। ତେଣୁ ଏବେ କଂଗ୍ରେସର ପରବର୍ତ୍ତୀ ସଭାପତି ନିର୍ବାଚନ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଏହା ପୂର୍ବରୁ ଶଶି ଥରୁର୍ କଂଗ୍ରେସ ସଭାପତି ପଦ ପାଇଁ  ନିର୍ବାଚନ ଲଢ଼ିବାକୁ ମନସ୍ତ କରିଛନ୍ତି। ତେଣୁ ଏଥର କଂଗ୍ରେସରେ ସଭାପତି ନିର୍ବାଚନରେ ଥରୁର୍ ବନାମ୍ ଗେହଲୋଟ୍‌ଙ୍କ ମଧ୍ୟରେ ଲଢ଼େଇ ହୋଇପାରେ। ଯଦି, ଏପରି ହୁଏ ତା’ହେଲେ ଗାନ୍ଧି ମୁକ୍ତ ହେବ କି କଂଗ୍ରେସ ? ଏନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। 

ସୂଚନାଥାଉ କି, କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮। ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।

Advertisment
Congress Sonia Gandhi Rahul Gandhi Shashi Tharoor Ashok Gehlot Congress President Sonia Gandhi Congress President Election Congress Presidential Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ