Advertisment

ରାହୁଲଙ୍କ ଟି-ସାର୍ଟକୁ ନେଇ କଂଗ୍ରେସ-ବିଜେପି ଯୁଦ୍ଧ

କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।

Rahul Gandhi t-shirt price controversy

Rahul Gandhi t-shirt price controversy

Advertisment

ଟି-ସାର୍ଟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦାବି କରିଛି ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡା ଯାତ୍ରା' ସମୟରେ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟ ୪୧ହଜାରରୁ ଅଧିକ। ବିଜେପି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ଶେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛି।

Advertisment

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା’ ଅଭିଯାନକୁ ନେଇ ବିଜେପି ତାଙ୍କ ଟି-ସାର୍ଟର ମୂଲ୍ୟଙ୍କୁ ନେଇ ଟାର୍ଗେଟ୍ କରିବା ସହ କଟାକ୍ଷ କରିଛି। ବିଜେଜି କହିଛି ‘ଭାରତ, ଦେଖୋ’।

ବିଜେପି ଦ୍ୱାରା ଜାରି ହୋଇଥିବା ଗୋଟିଏ ଫଟୋରେ ରାହୁଲ ଗାନ୍ଧୀ ଥିବା ବେଳେ ଅନ୍ୟ ଏକ ଫଟୋରେ ଟି-ସାର୍ଟ ଦେଖାଯାଇଛି ଯାହାକୁ ରାହୁଲ ଫିନ୍ଧିଥିବା ଟି-ସାର୍ଟ ପରି ଦେଖାଯାଉଛି। ବିଜେପି ଏହାର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ରାହୁଲ ଗାନ୍ଧୀଙ୍କ ଫଟୋ ଓ 'ବର୍ବରୀ' ବ୍ରାଣ୍ଡର ଟି-ସାର୍ଟ ସହିତ ଏହାର ମୂଲ୍ୟକୁ ଖୁଲାସା କରିଛି। ଏହି ଫଟୋ ଶେୟାର କରି ବିଜେପି ଟ୍ୱିଟ୍ କରି 'ଭାରତ ଦେଖୋ।' ବୋଲି କହିଛି।

Advertisment

ଏହି ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି କଂଗ୍ରେସ କହିଛି, ଆରେ... ଡରିଗଲ କି? ‘ଭାରତ ଯୋଡୋ’ ଯାତ୍ରାରେ ଏକତ୍ରିତ ହୋଇଥିବା ଭିଡ଼ ଦେଖି। ସମସ୍ୟା ବିଷୟରେ କଥା ହୁଅ... ବେକାରୀ ଏବଂ ମୁଦ୍ରାସ୍ଫୀତି ବିଷୟରେ କୁହ। ଯଦି ପୋଷାକକୁ ନେଇ ଆଲୋଚନା କରିବାକୁ ହୁଏ, ତେବେ ମୋଦୀ ଜିଙ୍କ ୧୦ ଲକ୍ଷ ଟଙ୍କାର ସୁଟ୍ ଆଉ ଏବଂ ୧.୫ ଲକ୍ଷ ଟଙ୍କାର ଚଷମା ପର୍ଯ୍ୟନ୍ତ କଥା ଯିବ। କୁହ କଥା ହେବା କି?”

ଏହି ଟି-ସାର୍ଟର ମୂଲ୍ୟ ୪୧,୨୫୭ ଟଙ୍କା ବୋଲି ବିଜେପି ଦାବି କରିଛି। ଏଥି ସହ କଂଗ୍ରେସ ନେତାଙ୍କ ସମର୍ଥନରେ କିଛି ଲୋକ ମଧ୍ୟ ଟ୍ୱିଟ୍ କରିଛନ୍ତି। ଜଣେ ଅଭିଯୋଗ କରିଛନ୍ତି ଯେ ବିଜେପିର ଏଭଳି ଟ୍ୱିଟ୍ ଦର୍ଶାଉଛି ଯେ ସେ ଏହି ଅଭିଯାନଙ୍କୁ ନେଇ ଡରିଯାଇଛି। ଅନ୍ୟ ଜଣେ କହିଛନ୍ତି ଯେ ରାହୁଲ ତାଙ୍କ ପୋଷାକରେ ଯାହା ଖର୍ଚ୍ଚ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଟଙ୍କା ନୁହେଁ।

Advertisment

ଏହି ଅଭିଯାନ ବେଳେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏହି ଯାତ୍ରାର ନେତୃତ୍ୱ ନେଉନାହାଁନ୍ତି, ସେ କେବଳ ଏହାର ଏକ ଅଂଶ। ଦେଶରେ ଘୃଣାଭାବ ବିସ୍ତାର କରି ବିଜେପି-ଆର୍‌ଏସ୍‌ଏସ୍‌ ଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ କରିବାକୁ ସେ ଦାବି କରିଛନ୍ତି।

India News Rahul Gandhi Congress Political Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ