Advertisment

ରାହୁଲଙ୍କ ଉପରେ ୩ ଅଫିସରଙ୍କ ପ୍ରଶ୍ନବାଣ

ନ୍ୟାସନାଲ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ଚାଲି ଚାଲି ଦଳୀୟ ନେତାଙ୍କ ସହ ରାହୁଲ ଇଡି କାର୍ଯ୍ୟାଳୟରେ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଅଟକାଇ ଥିଲା।

ଅଦ୍ୟତନ ହୋଇଛି
Rahul Gandhi Reaches Enforcement Directorate

Rahul Gandhi Reaches Enforcement Directorate

Advertisment

ନ୍ୟାସନାଲ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବର୍ତ୍ତମାନ ତାଙ୍କୁ ପଚରାଉଚରା ଚାଲିଛି। ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟାଳୟ ଯାଇଥିଲେ। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ଦଳର ଅନେକ ନେତାଙ୍କ ସହ ରାହୁଲ ଶୋଭାଯାତ୍ରାରେ ବାହାରିଥିଲେ। 

Advertisment

କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ଚାଲି ଚାଲି ଦଳୀୟ ନେତାଙ୍କ ସହ ରାହୁଲ ଇଡି କାର୍ଯ୍ୟାଳୟରେ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଅଟକାଇ ଥିଲା। ଦିନ ପ୍ରାୟ ୧୧ଟା ସମୟରେ ରାହୁଲ ଗାନ୍ଧି ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଇଡିର ୩ ଜଣ ଅଫିସର ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କ ବୟାନ PMLA ସେକ୍ସନ ୫୦ ଅଧିନରେ ରେକର୍ଡ କରାଯିବ। ଏହି ଜେରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ। ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ରାହୁଲଙ୍କୁ ଜେରା କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଏହି ସମୟରେ ତାଙ୍କୁ ଲଞ୍ଚ୍‌ ବ୍ରେକ୍‌ ପାଇଁ ସମୟ ମିଳିବ। 

Advertisment

ରାହୁଲ ଗାନ୍ଧୀଙ୍କୁ କ’ଣ କ’ଣ ପ୍ରଶ୍ନ ପଚାରୁଛି ED ? 

  • ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡ୍‌ର ଆପଣଙ୍କର ପଦବୀ କଣ ? 
  • ୟଙ୍ଗ ଇଣ୍ଡିଆନ୍‌ରେ ଆପଣଙ୍କ ଭୂମିକା କ’ଣ ? 
  • ୟଙ୍ଗ ଇଣ୍ଡିଆନ୍‌କୁ କଂଗ୍ରେସ ଋଣ ଦେଇଥିଲା କାହିଁକି ?
  • ନ୍ୟାସନାଲ୍‌ ହେରାଲ୍ଡକୁ ପୁଣି କ’ଣ ପାଇଁ ଆରମ୍ଭ କରିବାକୁ ଚାହୁଁଛି କଂଗ୍ରେସ ? 
  • କଂଗ୍ରେସ ଯେଉଁ ଋଣ ଦେଇଥିଲା, ସେସମ୍ପର୍କରେ ଆପଣ ସବିଶେଷ ତଥ୍ୟ ଦେଇପାରିବେ କି ? 
  • ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡ୍‌ ଓ ନ୍ୟାସନାଲ୍‌ ହେରାଲ୍ଡ ପାଖରେ କ’ଣ କ’ଣ ସବୁ ସମ୍ପତ୍ତି ରହିଛି ? ସେସବୁର ତଥ୍ୟ ଆପଣ ଦେଇପାରିବେ କି ?

ଏଭଳି ଅନେକ ପ୍ରଶ୍ନ ରାହୁଲ ଗାନ୍ଧୀଙ୍କୁ ଇଡି ପଚାରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀଙ୍କୁ ଇଡିର ୩ ଜଣ ଅଫିସର ପଚରାଉଚରା କରୁଥିବା ସୂଚନା ମିଳିଛି। ଆସିଷ୍ଟାଣ୍ଟ ଡାଇରେକ୍ଟର ରାଙ୍କ୍‌ର ଅଫିସର ରାହୁଲଙ୍କୁ ପଚରାଉଚରା କରୁଥିବା ବେଳେ ଆଉ ଜଣେ ଅଫିସର ତାଙ୍କର ବୟାନକୁ ଟାଇପ୍‌ କରିବେ। ଏତ୍‌ବ୍ୟତୀତ ତୃତୀୟ ଅଫିସର ଡେପୁଟି ଡାଇରେକ୍ଟର ରାଙ୍କ୍‌ର। ଇଡି ଯେତେବେଳେ ଏଭଳି ଭାବେ କାହାକୁ ପ୍ରଶ୍ନ କରେ ଏହା ପୂର୍ବରୁ ଶପଥ ପାଠ କରାଇଥାଏ। ଶପଥରେ କୁହାଯାଇଥାଏ ଯେ, ଯାହା ବି କହିବି ସତ କହିବି। 

Advertisment

ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି।  ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ ବିଭିନ୍ନ ସଂସ୍ଥା ଜରିଆରେ କେନ୍ଦ୍ର ସରକାର ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି।  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି। ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।  ଏପଟେ ଗାନ୍ଧୀ ପରିବାର ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ ଜାରି ରହିବ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଜେୱାଲା କହିଛନ୍ତି। 

ଅନ୍ୟପକ୍ଷେ, ନ୍ୟାସନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ନେଇ ଓଡ଼ିଶା କଂଗ୍ରେସ ପ୍ରତିବାଦ କରିଛି। ସିଆରପି ଛକ ନିକଟରୁ ପଦ ଯାତ୍ରାରେ ଆସି ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି।  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ,ତାରା ପ୍ରସାଦ ବାହିନୀପତି, ରମେଶ ଜେନା ଓ ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି।   

Congress Rahul Gandhi Enforcement Directorate ED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ