Advertisment

“ଦେଶକୁ ବିକିବାକୁ ଯୋଜନା କରୁଛନ୍ତି ମୋଦି ସରକାର”

ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଏହାସହ ଆମେ କୃଷକ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲୁ କିନ୍ତୁ ସେ ସମ୍ପର୍କରେ ଆଲୋଚନା କଲେ ନାହିଁ ରାହୁଲ। ଏହା ନିଶ୍ଚିତ ଭାବରେ ଗଣତନ୍ତ୍ରର ହତ୍ୟା। ସମ୍ବିଧାନକୁ କେନ୍ଦ୍ର ସରକାର ବାରମ୍ବାର ହତ୍ୟା କରୁଛନ୍ତି ଏବଂ ବିମୁଦ୍ରୀକରଣ-ଜିଏସ୍ଟି ପ୍ରୟୋଗ କରି ଛୋଟ ଶିଳ୍ପକୁ ସରାକର ନଷ୍ଟ କରୁଥିବା ରାହୁଲ କହିଛନ୍ତି।

ଅଦ୍ୟତନ ହୋଇଛି
“ଦେଶକୁ ବିକିବାକୁ ଯୋଜନା କରୁଛନ୍ତି ମୋଦି ସରକାର”

rahul

Advertisment

ନୂଆଦିଲ୍ଲୀ: ସରକାରଙ୍କ ଉପରେ ଗୁରୁତର ଆରୋପ ଲଗାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଲେ , ସଂସଦରେ ସାଂସଦମାନଙ୍କୁ ଯେପରି ବ୍ୟବାହର କରାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଏପରି ବ୍ୟବହାର କାହାକୁ କରାଯିବା ଉଚିତ୍‌ ନୁହେଁ ବୋଲି ରାହୁଲ କହିଛନ୍ତି।

Advertisment

ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପରେ ବିରୋଧୀ ଦଳ ଗୁରୁବାର ଏକ ମିଳିତ ପଦଯାତ୍ରା କରିଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ଅନେକ ବିରୋଧୀ ଦଳ ନେତାମାନେ ଅଂଶଗ୍ରହଣ କରିଥିଲେ। ଆଉ ଏହି ସମୟରେ ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣି ଗୃହରେ ସାଂସଦମାନଙ୍କ ସହ ହୋଇଥିବା ଅଭଦ୍ରାମୀ ସମ୍ପର୍କରେ ଗଣାମାଧ୍ୟମ ସାମ୍ନାରେ ସରକାରଙ୍କ ଉପରେ ବର୍ଷିଥିଲେ।

ରାହୁଲ ଅଭିଯୋଗ କରିଛନ୍ତି ଯେ ଗୃହ କେମିତି ଚାଲିବ ସେ ଦାୟିତ୍ୱ ଗୃହ ସଭାପତିଙ୍କ। ସେ ପକ୍ଷପାତିତା କରୁଛନ୍ତି। ଯେଉଁ ସମୟରେ ଶାସକ ଦଳର ନେତାମାନେ କିଛି କହୁଛନ୍ତି ତାହାକୁ ଶୁଣୁଛନ୍ତି କେବଳ ଏତିକି ନୁହେଁ ବରଂ ସେମାନେ ହୋହାଲ୍ଲା କଲା ବେଳେ ଚେୟାରମ୍ୟାନ ନୀରବ ରହୁଛନ୍ତି କିନ୍ତୁ ବିରୋଧୀ ଦଳ ନେତମାନେ କିଛି କହିଲେ ତାହାକୁ ଅଭଦ୍ରାମୀର ପରିଚୟ ଦିଆଯାଉଛି। ଏହା କେଉଁ ପ୍ରକାର ମାନସିକତା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ?

Advertisment

ଏହାସହ ରାହୁଲ କହିଛନ୍ତି ଯେ, ଉଭୟ ଶାସକ-ବିରୋଧୀଙ୍କ କଥା ଶୁଣିବା ଓ ଆଲୋଚନା କରିବା ସଭାପତିଙ୍କ ଦାୟିତ୍ୱ। କିନ୍ତୁ ଏହାକୁ କେମିତି ଆଖିଠାର ମାରିକି ଗୃହ ଚାଲୁଛି ତାହା ସମସ୍ତେ ଦେଖୁଛନ୍ତି।

କେବଳ ଏତିକି ନୁହେଁ ବରଂ ରାହୁଲ ଅଭିଯୋଗ କରିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଆଜି ଦେଶକୁ କେମିତି ବିକ୍ରି କରିବେ ସେନେଇ କାମ କରୁଛନ୍ତି, ଦେଶର ଦୁଇ-ତିନି ଶିଳ୍ପପତିଙ୍କ ଦ୍ୱାରା ବିକ୍ରି ହେଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର କେବଳ ଧନୀ ଲୋକଙ୍କ କଥା ଶୁଣିବେ ଆଉ ଗରୀବମାନଙ୍କୁ ଆଚ୍ଛାଦିନ କହି ମିଛ ପ୍ରତିଶ୍ରୁତି ଦେବେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏହାସହ ସେ କହିଛନ୍ତି, ସଂସଦରେ ବିରୋଧୀମାନଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ। ଏହାଦ୍ୱାରା ୬୦ ପ୍ରତିଶତ ଲୋକଙ୍କ ସ୍ୱରକୁ ଦମନ କରାଯାଉଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ।

Advertisment

ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଏହାସହ ଆମେ କୃଷକ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲୁ କିନ୍ତୁ ସେ ସମ୍ପର୍କରେ ଆଲୋଚନା କଲେ ନାହିଁ ରାହୁଲ। ଏହା ନିଶ୍ଚିତ ଭାବରେ ଗଣତନ୍ତ୍ରର ହତ୍ୟା। ସମ୍ବିଧାନକୁ କେନ୍ଦ୍ର ସରକାର ବାରମ୍ବାର ହତ୍ୟା କରୁଛନ୍ତି ଏବଂ ବିମୁଦ୍ରୀକରଣ-ଜିଏସ୍ଟି ପ୍ରୟୋଗ କରି ଛୋଟ ଶିଳ୍ପକୁ ସରାକର ନଷ୍ଟ କରୁଥିବା ରାହୁଲ କହିଛନ୍ତି।

କେବଳ ଏତିକି ନୁହେଁ ବରଂ କରୋନା ମହାମାରୀ ସମୟରେ ମୋଦି ସରକାର କୌଣସି ଗରୀବ ଲୋକଙ୍କୁ ସାହାଯ୍ୟ କରିନାହାନ୍ତି। କେମିତି ଶିଳ୍ପପତି ମାନେ ଲାଭ ପାଇବେ ସେନେଇ ସବୁବେଳେ ମୋଦି ଜୀ ଚିନ୍ତିତ ବୋଲି ରାହୁଲ କଟାକ୍ଷ କରିଛନ୍ତି। ଏହାସହ ଲୋକମାନେ ସବୁ ବୁଝିବାକୁ ଲାଗିଲେଣି। ଆଉ ବେଶୀ ଦିନ ମୋଦି ସରକାରରେ ରହିପାରିବେ ନାହିଁ ରାହୁଲ କହିଛନ୍ତି। ତେବେ ଏନେଇ ଶାସକ ଦଳ ଅର୍ଥାତ୍‌ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

India Congress Rahul Gandhi Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ