Advertisment

'ଇସ୍ତଫା ପରେ ମୁହଁ ଖୋଲିଲେ...ରାହୁଲଙ୍କ ଉପରେ ପ୍ରବଳ ବର୍ଷିଲେ'

କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।

ଅଦ୍ୟତନ ହୋଇଛି
Gulam Nabi Azad

Gulam Nabi Azad

Advertisment

କଂଗ୍ରେସେରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ । ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, 'ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଆଉ ତାଙ୍କର ଦରକାର ନାହିଁ, ସେତେବେଳେ ସେହି ବ୍ୟକ୍ତି ସେଠାରୁ ଚାଲିଯିବା ଉଚିତ । ମୁଁ ଏଥିପାଇଁ ଅଧିକ ଦୁଃଖିତ ଯେ, ଦଳରେ ଚାଟୁକାର ଅଥବା ଟୁଇଟ୍ କରୁଥିବା ବ୍ୟକ୍ତିଙ୍କୁ ପଦବୀ ମିଳିଛି' ।

Advertisment

ନିକଟରେ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଥିବା ଗୁଲାମ ନବୀ ଆଜାଦ ପୁଣିଥରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ପ୍ରଚାର ଆରମ୍ଭ କରିଥିଲେ। ଏଥିସହ ଦଳର ସବୁ ସଦସ୍ୟଙ୍କୁ ନିଜର ପ୍ରଚାର ବେଳେ ଏହି ସ୍ଲୋଗାନ ଦେବାକୁ ଚାପ ପକାଇଥିଲେ। ରାହୁଲଙ୍କ ଏପରି ପ୍ରଚାର ଅଭିଯାନ କଂଗ୍ରେସର ଭେଟରାନମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ଗୁଲାମ ଆଜି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଜାଦ କହିଛନ୍ତି ଯେ, ମୁଁ ତାଙ୍କୁ କ୍ରୁର ବୋଲି ଭାବୁଥିଲି, କିନ୍ତୁ ସେ ମାନବିକତା ଦେଖାଇଛନ୍ତି । ରାଜ୍ୟସଭା ଅଭିଭାଷଣରେ ଉଭୟ ଭାବୁକ ହେବା ଉପରେ କହିଛନ୍ତି ଯେ, ଏହା ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ଥିଲା, କିନ୍ତୁ କଂଗ୍ରେସର କିଛି ଅପାଠୁଆ ଲୋକ ଏହାର ଭିନ୍ନ ଅର୍ଥ ବାହାର କରୁଛନ୍ତି।

Advertisment
Congress Gulam Nabi Azad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ