Advertisment

ଚରଣଜିତ ସିଂହ ଚନ୍ନି: କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି।

ଅଦ୍ୟତନ ହୋଇଛି
Charanjit Singh Channi

Charanjit Singh Channi

Advertisment

ପଂଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ୨୦୨୨ ସାଧାରଣ ନିର୍ବାଚନରେ ପଞ୍ଜାବରେ ଚରଣଜିତ ସିଂହ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଲୁଧିଆନାରେ ଚନ୍ନିଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଚନ୍ନିଙ୍କ ନାଁ ଘୋଷଣା ହେବା ସମୟରେ ନବଜୋତ ସିଂ ସିଦ୍ଧୁ ଉପସ୍ଥିତ ମଧ୍ୟ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଉଭୟ ଚରଣଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଉଭୟଙ୍କ ମଧ୍ୟରୁ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଜି ରାହୁଲଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କ ଆଶା ଧୂଳିସାତ ହୋଇଛି।

Advertisment

ତେବେ ଗତକାଲି ସିଦ୍ଧୁ କହିଥିଲେ ଯେ, କଂଗ୍ରେସ ଦଳରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବି। ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସରେ ଥିବି ଏବଂ ଦଳର ସବୁ ନିଷ୍ପତ୍ତିକୁ ମାନିବି । ତେବେ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ବଢିଥିଲା । ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ରବିବାର ଦିନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସ୍ପଷ୍ଟ କରିଥିଲେ ସିଦ୍ଧୁ। 

Charanjit Singh Channi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ