Advertisment

ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ପୁଷ୍କର ସିଂହ ଧାମି କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ । ଧାମିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡରେ ଦ୍ରୁତ ଅଗ୍ରଗତି ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ତଥା ଉତ୍ତରାଖଣ୍ଡ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ।

Pushkar Singh Dhami

Pushkar Singh Dhami

Advertisment

ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ତାଙ୍କୁ ଆଜି ବିଜେପି ବିଧାୟକ ଦଳରେ ନେତା ଭାବେ ଚୟନ କରାଯାଇଛି । ପୁଷ୍କର ସିଂହ ଧାମି କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ । ଧାମିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡରେ ଦ୍ରୁତ ଅଗ୍ରଗତି ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ତଥା ଉତ୍ତରାଖଣ୍ଡ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ।

Advertisment

ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଧାମି ନିଜର ପାରମ୍ପରିକ ଆସନ ଖଟିମାରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏଠାରେ ତାଙ୍କୁ ହାରିବାକୁ ପଡ଼ିଥିଲା। ଧାମି ହାରିଥିଲେ ମଧ୍ୟ ବିଜେପି ଏଠାରେ ସରକାର ଗଠନ କରିବାକୁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିଥିଲା। ତେଣୁ ଦୀର୍ଘଦିନ ଆଲୋଚନା ଓ ପର୍ଯ୍ୟାୟଲୋଚନା ପରେ ହାରିବା ସତ୍ତ୍ୱେ ଧାମିକୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ହାଇକମାଣ୍ତ ନିଷ୍ପତ୍ତି ନେଇଛନ୍ତି।

ଏହାକୁ ସମ୍ମାନ ଜଣାଇ ବିଜେପିର ନବ ନିର୍ବାଚିତ ବିଧାୟକମାନେ ଧାମିଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି। ତେଣୁ ସେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ଆଜି ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ।

Advertisment

ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ଏକାକୀ ୪୮ଟିରେ ଜିତିଛି। ୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା। ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି। କଂଗ୍ରେସ ୧୮ଟି ଆସନ ଜିତିଥିବା ବେଳେ ଆପ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି। ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି। ଆପ୍‌ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଉତ୍ତରାଖଣ୍ଡରେ ଖାତା ନ ଖୋଲିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଧାମି ପରାସ୍ତ ହେବା ରାଜ୍ୟ ତଥା କେନ୍ଦ୍ରୀୟ ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା ବିଜେପି। ଏହାପୂର୍ବରୁ ଆଉ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଧାମିଙ୍କ ନେତୃତ୍ୱରେ ବିଜେପି ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଏଥିରେ ଦଳକୁ ସଫଳତା ମିଳିଥିବାରୁ ହାଇକମାଣ୍ଡ ଖୁସି ହୋଇ ଧାମିଙ୍କୁ ଆଉ ୫ ବର୍ଷ କାମ କରିବାକୁ ସୁଯୋଗ ଦେଇଛନ୍ତି।

Advertisment

କିନ୍ତୁ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାର ଅର୍ଥ ରାଜ୍ୟରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଯଦି ସେ ଉପ ନିର୍ବାଚନରେ ଜିତି ପାରିବେ ନାହିଁ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବ।

Uttarakhand Election Result Pushkar Singh Dhami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ