Advertisment

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଧାମି

ଉତ୍ତରାଖଣ୍ଡକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ଲାଗିଛି।

Pushkar Singh Dhami announced as the leader of uttarakhand

Pushkar Singh Dhami announced as the leader of uttarakhand

Advertisment

ଡେରାଡୁନ୍: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପରେ ନୂଆ ସରକାର ଗଠନକୁ ନେଇ ଚାଲିଥିବା କସରତରେ ବିରାମ ଲାଗିଛି। ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ଲାଗିଛି। ବିଜେପି ବିଧାନସଭା ପାର୍ଟି ବୈଠକରେ ଯୋଗଦେବା ପାଇଁ ଡେରାଡୁନରେ ପହଞ୍ଚିଥିବା ପର୍ଯ୍ୟବେକ୍ଷକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସହ-ପର୍ଯ୍ୟବେକ୍ଷକ ମୀନାକ୍ଷୀ ଲେଖୀ ଏହା ଘୋଷଣା କରିଛନ୍ତି।

Advertisment

ଉତ୍ତରପ୍ରଦେଶ ବିଜେପି ରାଜ୍ୟ ମୁଖ୍ୟାଳୟରେ ରାଜନାଥ ସିଂ ଓ ମୀନାକ୍ଷୀ ଲେଖୀଙ୍କ ଉପସ୍ଥିତିରେ ଧାମୀ ବିଜେପି ବିଧାନସଭା ପାର୍ଟି ବୈଠକରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ରାଜନାଥ ଏହା ଘୋଷଣା କରି କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳର ମାତ୍ର ୬ ମାସ ମଧ୍ୟରେ ଧାମି ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ଚିହ୍ନ ଛାଡିଥିଲେ ଯାହା ଦ୍ୱାରା ଦଳ ପାଇଁ ବିଜୟ ହୋଇଥିଲା।

ଉଲ୍ଲେଖଥାଉ କି ​​'ଉତ୍ତରାଖଣ୍ଡ ଫିର୍‌ ମାଙ୍ଗେ, ମୋଦୀ-ଧାମି କି ସରକାର' ସ୍ଲୋଗାନ୍‌ ଦେଇ ବିଧାନସଭା ନିର୍ବାଚନ ଲଢୁଥୁବା ବିଜେପିକୁ ବିଜୟର ସ୍ୱାଦ ଦେଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କ ପାରମ୍ପାରିକ ଆସନ ଖତିମାରୁ ହାରିଯାଇଛନ୍ତି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ପାଇଁ ନେତୃତ୍ୱଙ୍କୁ ମାନସ ମନ୍ଥନ କରିବାକୁ ପାଖାପାଖି ୧୧ ଦିନ ଲାଗିଥିଲା।

Advertisment

ଏଥିସହ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶର ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କହିଛନ୍ତି ଯେ ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି। ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡର ଉନ୍ନତି ହେବ ବୋଲି ଆଶା କରାଯାଇଛି।

ନିଜ ନାମ ଘୋଷଣା ପରେ ଧାମି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ କାମ କରିବେ ଏବଂ ଉତ୍ତରାଖଣ୍ଡକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିବେ। ତେବେ ଖତିମାରେ ପରାଜୟ ସତ୍ତ୍ୱେ ପୁଷ୍କର ସିଂ ଧାମି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ଆଗୁଆ ରହିଥିଲେ।

Advertisment

ଅନ୍ୟପକ୍ଷରେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତାକାରୀଙ୍କ ମଧ୍ୟରେ ଚୌବଟ୍ଟାଖାଲ ବିଧାୟକ ସତ୍ୟପାଲ ମହାରାଜ, ଶ୍ରୀନଗର ବିଧାୟକ ଧନ ସିଂ ରାୱତ ଏବଂ ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ମଧ୍ୟ ଥିଲେ।

National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ