Advertisment

ବିବାହ ପାଇଁ ବର୍ଡର କ୍ରସିଂ, ପ୍ରେମ ପାଇଁ ଭାରତ ଆସିଲେ ପାକିସ୍ତାନୀ ମହିଳା

ପାକିସ୍ତାନର ସୀମା ହାଇଦରଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ ମହିଳା ନିଜ ମନର ସାଥୀଙ୍କୁ ଖୋଜି ଖୋଜି ଆସି ଭାରତରେ ପହଞ୍ଚିଛନ୍ତି।..

ଅଦ୍ୟତନ ହୋଇଛି
A Unique Love story

A Unique Love story

Advertisment

ବିବାହ ପାଇଁ ବର୍ଡର କ୍ରସିଂ। ପୁଣି ଚର୍ଚ୍ଚାରେ ଆଉ ଜଣେ ପାକିସ୍ତାନୀ ମହିଳାଙ୍କ ପ୍ରେମ କାହାଣୀ। ପାକିସ୍ତାନର ସୀମା ହାଇଦରଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ ମହିଳା ନିଜ ମନର ସାଥୀଙ୍କୁ ଖୋଜି ଖୋଜି ଆସି ଭାରତରେ ପହଞ୍ଚିଛନ୍ତି। ଭାରତର ସରକାରଙ୍କ ଠାରୁ ଅନୁମତି ନେଇ ୪୫ ଦିନର ଭିସା ସହ ଭାରତ ଆସିଛନ୍ତି ପାକିସ୍ତାନର ଜାବେରିଆ ଖାନମ୍। ...

Advertisment

ପ୍ରେମ ପାଇଁ ସୀମା ପାର ହୋଇ ଭାରତ ଆସିଛନ୍ତି ପାକିସ୍ତାନୀ ମହିଳା ଜାବେରିଆ ଖାନମ୍। ଅଟାରୀ ବର୍ଡରରେ ସେ ପାଦରେ ଚାଲିଚାଲି ଭାରତରେ ପ୍ରବେଶ କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ଲାଗି ଅଟାରୀ ବର୍ଡରରେ ପହଞ୍ଚିଛନ୍ତି ତାଙ୍କ ପ୍ରେମିକ ସମୀର ଖାନ୍। ନିଜର ପ୍ରେମିକାଙ୍କୁ ପାଖରେ ପାଇ ଖୁସିରେ ମସଗୁଲ୍ ହୋଇଛନ୍ତି ସମୀର। ବାଜା ବଜାଇ ନିଜେ ନାଚି ଗାଇ ତାଙ୍କର ପାକିସ୍ତାନୀ ପ୍ରେମିକାଙ୍କୁ ସ୍ୱାଗତ କରିଛନ୍ତି।

ସମୀର କୋଲକାତାରେ ରହୁଥିବା ବେଳେ ତାଙ୍କ ପ୍ରେମିକାଙ୍କୁ ସ୍ୱାଗତ ଲାଗି ସେ ଅଟାରୀ ବର୍ଡର ଆସିଥିଲେ। ସେ ଏବଂ ତାଙ୍କ ପରିବାର ଢୋଲ ବଜାଇ ତାଙ୍କ ପ୍ରେମିକାଙ୍କୁ ସ୍ୱାଗତ କରିଛନ୍ତି। ଆସନ୍ତା ଜାନୁଆରୀରେ ଉଭୟଙ୍କ ବିବାହ ସ୍ଥିର ହୋଇଛି। ଗତ ୨୦୧୮ରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ କାହାଣୀ। ସମୀର ଜର୍ମାନୀରେ ପଢାପଢି କରୁଥିଲେ, ଆଉ ସେତେବେଳେ ସେ ଛୁଟିରେ ନିଜ ଘର କୋଲକାତାକୁ ଆସିଥିଲେ। ଏହି ସମୟରେ ସେ ତାଙ୍କ ମାଆଙ୍କ ଫୋନରେ ଜାବେରିଆଙ୍କ ଫଟୋ ଦେଖିଥିଲେ।

Advertisment

ଆଉ ସେହି ମୁହୁର୍ତ୍ତରେ ହିଁ ସେ ତାଙ୍କ ହୃଦୟର ରାଣୀ ମାନି ନେଇଥିଲେ। ଆଉ ଜାବେରିଆଙ୍କୁ ବିବାହ କରିବା ଲାଗି ନିଜ ଘର ଲୋକଙ୍କ ଜଣାଇଥିଲେ ସମୀର। ଏହା ପରେ ସମୀରଙ୍କ ପରିବାର ଲୋକେ ପାକିସ୍ତାନରେ ରହୁଥିବା ଜାବେରିଆଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ବିବାହ ଲାଗି ଉଭୟଙ୍କ ପରିବାର ଲୋକେ ରାଜି ହୋଇଯାଇଥିଲେ।

ସେହି ସମୟରେ ହିଁ ଉଭୟ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଜାବେରିଆଙ୍କର ଭିସା ଦୁଇ ଦୁଇ ଥର ଖାରଜ ହୋଇଯାଇଥିଲା। ପରେ ପରେ କୋଭିଡ୍ ମହାମାରୀ ଆସିବା ପରେ ଯାତାୟାତ ଉପରେ କଟକଣା ଲାଗିବାରୁ ଜାବେରିଆ ଭାରତ ଆସିପାରିନଥିଲେ। ମାତ୍ର ସେ ଆଶା ହରାଇ ନଥିଲେ। ସ୍ଥିତି ସୁଧୁରିବା ପରେ ସେ ଭାରତ ସରକାରଙ୍କୁ ଭିସା ପାଇଁ ଆବେଦନ କରିଥିଲେ। ଏବେ ଭିସା ମିଳିବା ପରେ ଜାବେରିଆ ଭାରତ ଆସିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମୀର। ଜାବେରିଆ ମଧ୍ୟ ଭାରତ ଆସିବା ପରେ ବହୁତ ଖୁସି ଥିବା କହିଛନ୍ତି।

Advertisment
Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ