Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବିବାହରେ ନିଶାରେ ଥିଲେ ପୋଲିସ୍‌କର୍ମୀ !

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ପୁଅଙ୍କ ବିବାହ ସମାରୋହରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ମିଳିଛି। ଏପରିକି ସମାରୋହରେ ପୋଲିସ୍‌ ପୋଷାକରେ ଥିବା ଅନେକ ପୋଲିସ୍‌ କର୍ମୀ ନିଶାରେ ଥିଲେ ବୋଲି ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
 Punjab CM's Son Wedding

Punjab CM's Son Wedding

Advertisment

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ପୁଅଙ୍କ ବିବାହ ସମାରୋହରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ମିଳିଛି। ଏପରିକି ସମାରୋହରେ ପୋଲିସ୍‌ ପୋଷାକରେ ଥିବା ଅନେକ ପୋଲିସ୍‌ କର୍ମୀ ନିଶାରେ ଥିଲେ ବୋଲି ଏବେ ସାମ୍ନାକୁ ଆସିଛି। ଏନେଇ ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଡିଜିପିକୁ ଚିଠି ଲେଖି ସୂଚନା ଦେଇଛନ୍ତି। ଅନ୍ୟାନ୍ୟ ସୁରକ୍ଷା ତ୍ରୁଟି ସମ୍ପର୍କରେ ମଧ୍ୟରେ ବରିଷ୍ଠ ପୋଲିସ୍‌ ଅଧିକାରୀ ଜଣକ ଚିଠିରେ ଉଲ୍ଲେଖ କରିଛନ୍ତି। ଜଣେ ପୋଲିସ୍‌ କର୍ମୀଙ୍କୁ ମଧ୍ୟ ସସ୍‌ପେଣ୍ଡ୍‌ କରାଯାଇଛି। 

Advertisment

ରବିବାର ମୋହାଲି ସ୍ଥିତ ଏକ ଗୁରୁଦ୍ୱାରରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ପୁଅ ନବଜିତ୍‌ ସିଂ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ନବଜିତ୍‌ ସିଂ, ସିମରନ୍‌ଧୀର୍‌ କୌରଙ୍କୁ ବିବାହ କରିଥିଲେ। ସିମରନ୍‌ଧୀର୍‌ ଜଣେ ଇଞ୍ଜିନିୟର ଗ୍ରାଜୁଏଟ୍‌। ତେବେ ଅକ୍ଟୋବର ୮ ମୋହାଲି ସ୍ଥିତ ଅରିସ୍ତା ରିଜର୍ଟରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ସୁରକ୍ଷା ସମ୍ବନ୍ଧିତ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ସୁରକ୍ଷା ବ୍ୟବସ୍ଥା ଢିଲା ଥିଲା ବୋଲି ସମ୍ପୃକ୍ତ ବରିଷ୍ଠ ପୋଲିସ୍‌ ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ଫାଟକରେ କଡ଼ାକଡ଼ି ଚେକିଂ ହେଉ ନଥିବାରୁ ଅନେକ କର୍ମଚାରୀ ମାରଣାସ୍ତ୍ର ଧରି କାର୍ଯ୍ୟକ୍ରମ ସ୍ଥଳୀକୁ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି।

ଆୟୋଜନ ସ୍ଥଳରେ ସାଦା ପୋଷାକରେ ମୁତୟନ ହୋଇଥିବା ମହିଳା ପୋଲିସ୍‌ କର୍ମୀ ଉତ୍ସବରେ ଯୋଗ ଦେବା ସହ ଗ୍ରୁପ୍‌ ହୋଇ ଖାଇବା ପିଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ଏପରିକି ଜଣେ ଗେଜେଟେଡ୍‌ ରାଙ୍କ୍‌ର ପୋଲିସ୍‌ ଅଧିକାରୀ ମନ୍ତ୍ରୀଙ୍କ ପାଦ ଛୁଇଁ ଥିବା ନଜର ଆସିଥିଲା। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ‘ଯେତେବେଳେ ଭିଆଇପି ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ସେମାନଙ୍କ ଗାଡ଼ିରୁ ଓହ୍ଲାଉ ଥିଲେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ସିସିଟିଭି ଲଗା ଯାଇନଥିଲା। ଫଳରେ କୌଣସି ବ୍ୟକ୍ତି ଭିଆଇପି ନାଁରେ କାର୍ଯ୍ୟକ୍ରମ ସ୍ଥଳରେ ଅତି ସହଜରେ ପ୍ରବେଶ କରି ପାରିଥାନ୍ତେ।

Advertisment

ଚିଠିରେ ଆହୁରି ଖୁଲାସା କରାଯାଇଛି, ଚରଣଜିତ୍‌ ସିଂ ଚନ୍ନିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାଂଶ କମାଣ୍ଡୋ ଫୋନ୍‌ରେ ବ୍ୟସ୍ତ ଥିଲେ। କିଛି ସୁରକ୍ଷାକର୍ମୀ ମଦ ପିଇ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟ ଫାଟକରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ସମାରୋହ ଶେଷ ହେବା ପୂର୍ବରୁ ଡ୍ୟୁଟି ଛାଡ଼ି ପଳାଇ ଥିଲେ। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ଙ୍କ ପୁଅଙ୍କ ବିବାହରେ ଏଭଳି ଅନେକ ସୁରକ୍ଷା ସମ୍ବନ୍ଧିତ ତ୍ରୁଟି ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। 

Punjab CM Son Wedding Navjit Singh Charanjit Singh Channi Punjab CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ