ଗୁରୁଦ୍ୱାରରେ ଗ୍ରନ୍ଥ ଚିରିଦେଲା ମାନସିକ ବିକାରଗ୍ରସ୍ତ ଯୁବକ, ପିଟି ପିଟି ମାରିଦେଲେ ଲୋକେ !

ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଯୁବକ ଜଣକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଥିବା କୁହାଯାଉଛି ।

Gurudwara

ଗୁରୁଦ୍ୱାରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା । ଗୁରୁଦ୍ୱାର ଭଳି ପବିତ୍ର ସ୍ଥାନରେ ଏଭଳି ଘଟଣାକୁ ଚାରିଆଡ଼ୁ ନିନ୍ଦା । ପଞ୍ଜାବର ଫିରୋଜପୁର ଗୁରୁଦ୍ୱରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକେ । ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି ବକ୍ସିଶ ସିଂ । ସେ ଗତକାଲି (ଶନିବାର) ଗୁରୁଦ୍ୱାର ପରିସରରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗ ହେବା ପରେ ସେଠାରେ ଥିବା ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଗୁରୁଦ୍ୱାର ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଯୁବକ ଜଣକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଥିବା କୁହାଯାଉଛି ।

ସୂଚନା ମୁତାବକ, ଶନିବାର ଗୁରୁଦ୍ୱାର ବାବା ବୀର ସିଂହ ଭିତରକୁ ଜଣେ ଯୁବକ ପଶି ଆସିଥିଲେ । ଏଠାକୁ ଆସିବା ପରେ ସେ ଗୁରୁଦ୍ୱାର ସାହେବଙ୍କୁ ଅସମ୍ମାନ କରିବା ସହ ଧର୍ମଗ୍ରନ୍ଥକୁ ଚିରି ଦେଇଥିଲେ । ଏହାପରେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି ।

ସଂପୃକ୍ତ ଯୁବକ ବଖସିସ୍‌ ସିଂହଙ୍କ ମାନସିକ ଅବସ୍ଥା ଭଲ ନଥିଲା । ଏଥିପାଇଁ ସେ ୨ ବର୍ଷ ଧରି ଔଷଧ ଖାଉଥିବା ବଖସିସ୍‌ ସିଂହଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି । ପୁଅର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।