ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଲେ ବହିଷ୍କାର

ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।

Punjab CM

ମହଙ୍ଗା ପଡିଲା ଲାଞ୍ଚ ନେବା । ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କୃତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ । ସ୍ବାସ୍ଥ୍ୟ ବିଭାଗର ବିଭନ୍ନ ଚୁକ୍ତି ପାଇଁ ୧ ପ୍ରତିଶତ କମିଶନ ମାଗୁଥିବା ନେଇ ଠୋସ୍ ପ୍ରମାଣ ପାଇବା ପରେ ସାଙ୍ଗଲାଙ୍କୁ କ୍ୟାବିନେଟ୍‌ରୁ ବହିସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ।

ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଦେଖନ୍ତୁ ସେହି ଟ୍ୱିଟ୍ :-

ପଞ୍ଜାବରେ ଆପ ସରକାର ଆସିବା ପୂର୍ବରୁ ଦୁର୍ନୀତି ହଟାଇବାକୁ ଆପ୍ ମୁଖ୍ୟ ମୁଦ୍ଦା କରି ସରକାରକୁ ଆସିଥିଲା । ତେବେ କେଜ୍ରିୱାଲଙ୍କ କଡ଼ା ଆଭିମୁଖ୍ୟ ପଞ୍ଜାବକୁ ଦୁର୍ନୀତି ମୁକ୍ତ କରିବା ସ୍ଲୋଗାନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହ ଯଦି ଆଗକୁ କେହି ଲାଞ୍ଚ ମାଗେ ତେବେ ଜମା ଚୁପ ନ ରହି ସରକାରଙ୍କୁ ଏ ବିଷୟରେ ଖବର ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଞ୍ଜାବାସୀଙ୍କୁ କହିଛନ୍ତି ।