Advertisment

ଏଣିକି ସକାଳ ୧୦ ନୁହେଁ ବରଂ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବେ ସରକାରୀ କର୍ମଚାରୀ: ନଚେତ୍‌..

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ।

undefined

govt. employee

Advertisment

ଚଣ୍ଡୀଗଡ଼: ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ। ଯଦି ଏହି ନିୟମକୁ କର୍ମଚାରୀମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ତେବେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନୀ ଶପଥ ନେବା ପରେ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପଞ୍ଜାବରେ ନୂଆ ସରକାର ଗଠନ ହେବା ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ନୂଆ ନୂଆ ନିୟମ ଲାଗୁ କରିଛନ୍ତି। ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଅନୁଶାସନ ଆଣିବା ଲାଗି ସେ ଅଂଟା ଭିଡ଼ିଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ,ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ପାରଦର୍ଶିତା ଆଣିବା ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଏଭଳି ଜନହିତକାରୀ ନିଷ୍ପତ୍ତି ନେଇଛନ୍ତି। ନୂଆ ନିର୍ଦ୍ଦେଶ ଅନୁସାରେ, ସବୁ ବିଭାଗର ସମସ୍ତ କର୍ମଚାରୀ ସକାଳ ୯ଟା ସୁଦ୍ଧା ପହଞ୍ଚିବା ସହ ନିଜର ଉପସ୍ଥିତିକୁ ସୁନିଶ୍ଚିତ କରିବେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କର୍ମଚାରୀଙ୍କ ଉପସ୍ଥିତ ନେଇ ଉପରିସ୍ଥ କର୍ମଚାରୀମାନେ ରିପୋର୍ଟ ମଧ୍ୟ ଦେବେ। ଏବଂ ଅନେକ ସମୟରେ ହଠାତ୍‌ ଉପସ୍ଥିତି ନେଇ ଯାଂଚ ହେବ ବୋଲି କୁହାଯାଇଛି। ଏହାସହ ସରକାରୀ ଅଫିସକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଅଗ୍ରାଧୀକାର ଦେବା ସହ ବିନା କୌଣସି ବାଧାରେ ସେମାନଙ୍କର କାମ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଏହାସହ ସମସ୍ତ ପ୍ରଶାସନିକ ସଚିବ ତଥା ବିଭାଗ ପ୍ରମୁଖ ନିଜ ନିଜ କାର୍ଯ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ରେକର୍ଡ ଏବଂ କାର୍ଯ୍ୟକାରିତା ଦକ୍ଷତା ଉପରେ ନଜର ରଖିବେ। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରାଯାଏ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କର ଏପରି ନିଷ୍ପତ୍ତିକୁ ନେଇ ସରକାରୀ କର୍ମଚାରୀଙ୍କ ମନରେ ଛନକା ପଶିଛି। କିନ୍ତୁ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

Government Officers Charanjit Singh Channi Punjab CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ