Advertisment

ଫେଲ୍ ମାରିଲେ କ୍ୟାପଟେନ୍, 'ଲୋକ କଂଗ୍ରେସ'କୁ ଲୋକ କହିଲେ- ବାଏ ବାଏ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍‌ ଆଦମୀ ପାର୍ଟି(ଆପ୍‌) ପ୍ରାର୍ଥୀ ଅଜିତ୍‌ ପାଲ୍‌ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି।

ଅଦ୍ୟତନ ହୋଇଛି
Former Punjab Chief Minister Amarinder Singh

Former Punjab Chief Minister Amarinder Singh

Advertisment

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍‌ ଆଦମୀ ପାର୍ଟି(ଆପ୍‌) ପ୍ରାର୍ଥୀ ଅଜିତ୍‌ ପାଲ୍‌ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି। ପଞ୍ଜାବରେ ସରକାର ବିରୋଧୀ ସ୍ୱରରୁ ଜଣାପଡ଼ୁଥିଲା କ୍ୟାପଟେନ୍ ଅମରିନ୍ଦର ନିର୍ବାଚନରେ ହାରିପାରନ୍ତି।

Advertisment

୨୦୧୭ ନିର୍ବାଚନରେ ଅମରିନ୍ଦର ସିଂ ବିଜୟ ଲାଭ କରିଥିଲେ। ସେତେବେଳେ ତାଙ୍କ ବିଜୟ ବ୍ୟବଧାନ ୪୯% ଥିଲା। ତେବେ ଆଜି ଭୋଟ୍‌ ଗଣତି ପ୍ରାରମ୍ଭରୁ କ୍ୟାପ୍ଟେନ ଅମରିନ୍ଦର ପଛରେ ଚାଲିଥିଲେ। ଶେଷରେ ସେ ୧୩ ହଜାରରୁ ଅଧିକ ଭୋଟ୍‌ରେ ଅଜିତ ପାଲଙ୍କ ଠାରୁ ହାରି ଯାଇଥିବା ଖବର ମିଳିଛି।

୨୦୧୭ରେ କଂଗ୍ରେସ ପଞ୍ଜାବରେ ସରକାର ଗଠନ କରିଥିଲା। କ୍ୟାପ୍ଟେନ୍‌ ଅମରିନ୍ଦର ସିଂଙ୍କ ନେତୃତ୍ୱରେ କଂଗ୍ରେସ ସେଠାରେ ସରକାର ଗଠନ କରିଥିଲା। କିନ୍ତୁ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ଅମରିନ୍ଦର ସରକାରକୁ ଗ୍ରାସ କରିଥିଲା। ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଯୋଗଦେବା ପରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ, ସେତେବେଳେ ଅମରିନ୍ଦରଙ୍କୁ ଶକ୍ତ ଝଟକା ଲାଗିଥିଲା।

Advertisment

ଶେଷରେ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କରି କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ କଂଗ୍ରେସ ଛାଡିଥିଲେ। ଏହାପରେ ସେ ୨୦୨୨ ନିର୍ବାଚନ ପୂର୍ବରୁ ହିଁ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନିଜର ଗୋଟିଏ ଦଳ ଗଠନ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିଥିଲା। ହେଲେ କ୍ୟାପ୍ଟେନ କିମ୍ବା ବିଜେପି ନିଜ ଲକ୍ଷ୍ୟରେ ପହଞ୍ଚି ପାରିନାହାନ୍ତି।

ଅନ୍ୟପକ୍ଷରେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସବୁ ପାର୍ଟିକୁ ପଛରେ ପକାଇ ୯୧ ସିଟ୍‌ ହାତେଇଛି। ପଞ୍ଜାବରେ ୧୧୭ଟି ଆସନରୁ ଆପ୍‌ ୯୧, କଂଗ୍ରେସ ୧୭, ଅକାଳୀ ୬, ବିଜେପି ୨, ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। 

Advertisment
Captain Amarinder Singh Assembly Elections 2022 Election Results 2022 Punjab Election Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ