କାଲିଠୁ ପଞ୍ଜାବରେ ମହାସଂଗ୍ରାମ: ମଇଦାନରେ ଲଢିବେ ୬୨୭ ପ୍ରାର୍ଥୀ

କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । ରୋମାଞ୍ଚକ ହେବ ପଞ୍ଜାବ ନିର୍ବାଚନ ।

Punjab Election 2022

ଆସନ୍ତାକାଲି ପଞ୍ଜାବ ବିଧାନସଭା ନିର୍ବାଚନ । ୧୧୭ ଆସନ ବିଶିଷ୍ଟ ବିଧାନସଭାର ସବୁ ନିର୍ବାଚନ ମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ହିଁ ହେବ ଭୋଟ ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ । ମଇଦାନରେ ରହିଛନ୍ତି ୧ ହଜାର ୩୦୪ ପ୍ରାର୍ଥୀ । ଏଥର ପଂଜାବ ନିର୍ବାଚନରେ କିଛି ଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳିବ । କାରଣ ବହୁ ବର୍ଷର ଅକାଳି ବିଜେପି ମେଣ୍ଟ ଭାଙ୍ଗିଥିବାରୁ ଉଭୟ ଅଲଗା ଅଲଗା ଲଢୁଛନ୍ତି ।

କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । କଂଗ୍ରେସ ଗତ ଥର କ୍ୟାପଟେନଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା । ସେପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ଏକ ଶକ୍ତିଶାଳୀ ଦଳ ଭାବେ ପଞ୍ଜାବରେ ଉଭା ହୋଇଛି । ଅର୍ଥାତ ଏଥର ମଇଦାନରେ ୪ ପ୍ରମୁଖ ଦାବିଦାର ରହିଛନ୍ତି ।

ଏହା ସହିତ ଆସନ୍ତାକାଲି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ହେବ । ଏହି ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ନିଆଯିବ ଭୋଟ । ମଇଦାନରେ ୬୨୭ ପ୍ରାର୍ଥୀ ଥିବା ବେଳେ ୨ କୋଟି ୧୫ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ହାଥରସ୍, ଫିରୋଜାବାଦ, ଇଟାୱା, କସଗଂଜ, ମୈନପୁର, ଫାରୁଖାବାଦ, କନୌଜ, କାନପୁର, ଝାନ୍ସି ପରି ଜିଲ୍ଲାରେ ଭୋଟ ହେବ । ସମାଜବାଦୀ ପାର୍ଟିର ଅଖିଳେଖ ଯାଦବ ଲଢୁଥିବା କଡ଼ହଲ୍ ଆସନରେ ମଧ୍ୟ କାଲି ଭୋଟ ହେବ ।