Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୨.୮୫ ଲକ୍ଷ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ଋଣ ଛାଡ କରିବେ ସରକାର

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ 2.85 ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ 520 କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି ।

ଅଦ୍ୟତନ ହୋଇଛି
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୨.୮୫ ଲକ୍ଷ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ଋଣ ଛାଡ କରିବେ ସରକାର

punjab

Advertisment

ଚଣ୍ଡିଗଡ଼ : ଗରିବ ଚାଷୀଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ଭେଟି । କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ ୨.୮୫ ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ୫୨୦ କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଦେଇଥିବା ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତାଙ୍କର ସମର୍ଥନ ଜାରି ରଖିବାକୁ ସେ ଆଶ୍ୱାସନା ଦେଇଛନ୍ତି ।

Advertisment

ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ ରାଜ୍ୟର ଗରିବ ଲୋକଙ୍କୁ ବଡ଼ ଭେଟି ଦେଇଛନ୍ତି। ଏହି ଯୋଜନା ଆରମ୍ଭ କରି ସେ କହିଛନ୍ତି, 'ମୁଁ ଆଶା କରୁଛି ଦିନ ଆସିବ ଭାରତ ଦାରିଦ୍ର୍ୟ ମୁକ୍ତ ହେବ, ଯାହା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନରେ ଥିଲା।' ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଭାବରେ ବର୍ଣ୍ଣନା କରି କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି , ସେ ସବୁବେଳେ ପଚାରୁଥିଲେ ସେ ଦିନ କେବେ ଆସିବ, ଯେତେବେଳେ ଲୋକମାନଙ୍କର ନିଜର ଘର ରହିବ ଏବଂ ଭାରତ ଦାରିଦ୍ର୍ୟ ମୁକ୍ତ ହେବ । ରାଜୀବଙ୍କ ସ୍ୱପ୍ନ ପୂରଣ କରିବାକୁ ତାଙ୍କ ଜନ୍ମ ବାର୍ଷିକୀରେ ଏହି ଯୋଜନା ଆରମ୍ଭ କରିବା ଉଚିତ୍ ବୋଲି ଭାବିଥିଲି ବୋଲି ସେ କହିଛନ୍ତି । ୧୩୦ ବର୍ଷ ହେଲା କଂଗ୍ରେସ ଲୋକଙ୍କ ପାଇଁ ଅହରହ ସଂଗ୍ରାମ କରୁଛି ।

୨.୮୫ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଇ ପାରିବେ । ପଞ୍ଜାବ ସରକାର ୩୧ ଜୁଲାଇ ୨୦୧୭ ପର୍ଯ୍ୟନ୍ତ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣର ମୂଳରାଶିରୁ ୫୨୦ କୋଟି ଟଙ୍କା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ମାର୍ଚ୍ଚ ୬, ୨୦୧୯ ପର୍ଯ୍ୟନ୍ତ ବାର୍ଷିକ ୭ ପ୍ରତିଶତ ହାରରେ ଏହି ରାଶି ଉପରେ ସରଳ ସୁଧ ମଧ୍ୟ ଛାଡ କରାଯାଇଛି ।

Advertisment

ଚାଷୀ ଆନ୍ଦୋଳନକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ସହ ସମର୍ଥନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ସେ ସହମତ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

Advertisment
Amarinder Singh Punjab CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ