Advertisment

ଗୁର୍‌ପ୍ରିତ୍‌ ଓ ମାନ୍‌ଙ୍କ ବିବାହ ସମ୍ପର୍ଣ୍ଣ: ଜାଣନ୍ତୁ କ’ଣ କରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ

ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଅଦ୍ୟତନ ହୋଇଛି
Punjab CM Bhagwant Mann begins new chapter on golden note

Punjab CM Bhagwant Mann begins new chapter on golden note

Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଦ୍ୱିତୀୟ ଇନିଂସ୍ । ଆଜି ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାନ୍ ।  ଶିଖ୍‌ ରୀତିନୀତିରେ ଡାକ୍ତର ଗୁର୍‌ପ୍ରିତ୍‌ କୌରଙ୍କୁ ବିବାହ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ଏହି ବିବାହରେ ମାନ୍‌ଙ୍କ ମାଆଙ୍କ ସମେତ ଅଳ୍ପ କିଛି ପରିବାରର ନିକଟତର ବନ୍ଧୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଏବଂ ଆପ୍‌ର କିଛି ବରିଷ୍ଠ ନେତା ଉପସ୍ଥିତଥିବା ଜଣାପଡିଛି ।

Advertisment

କିଏ ଗୁରପ୍ରିତ୍ କୌର୍‌ ?

ଗୁରପ୍ରିତ୍ କୌର୍‌ ହରିଆଣାର ପେହୱା ଅଞ୍ଚଳର ଏକ ଚାଷୀ ପରିବାରର ହୋଇଥିବା ଜଣାପଡିଛି । ପରିବାରର ୩ ଭଉଣୀଙ୍କ ମଧ୍ୟରେ ସେ ସାନ ଭଉଣୀ ହୋଇଥିବାବେଳେ ତାଙ୍କର ୨ ଜଣ ବଡ଼ ଭଉଣୀ ବିଦେଶରେ ଅଛନ୍ତି  । ବର୍ତ୍ତମାନ୍‌ ଗୁର୍‌ପ୍ରିତ୍ ଫିଜିଓଥେରାପିଷ୍ଟ୍ ଭାବେ କାର୍ଯ୍ୟରତ।  ୪୮ ବର୍ଷୀୟ ମାନ୍‌ ଦେଢ଼ ବର୍ଷ ତଳେ ୩୦ ବର୍ଷିୟ ଗୁରପ୍ରିତ୍ କୌର୍‌ ସହ ଭେଟିଥିଲେ । ଗୁରପ୍ରିତ୍ ହରିୟାଣାର ଏକ ପ୍ରାଇଭେଟ୍ କଲେଜ୍‌ରେ ନିଜ MBBS ପାଠପଢ଼ା ସାରିଥିଲେ । ରାଜନୈତିକ ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯାହା ପରେ ଉଭୟ ଜନ୍ମଜନ୍ମର ସାଥୀ ହୋଇଥିବାର ନିଷ୍ପତ୍ତି ନେଇଥିଲେ । ଏବଂ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Advertisment

ବିବାହ ପୂର୍ବରୁ ଗୁରପ୍ରିତ୍ କୌର୍‌ ନିଜ ଟ୍ୱିଟର ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଦେଖନ୍ତୁ ସେହି ଫଟୋ :-

gur

ANI ରୋପୋର୍ଟ ଅନୁସାରେ, ବିବାହ ନେଇ ଗୁର୍‌ପ୍ରିତଙ୍କ ପଡୋଶୀ କହିଛନ୍ତି ଯେ, ‘ଗୁରପ୍ରିତ୍ ମୁଖ୍ୟମନ୍ତ୍ରୀଙ୍କୁ ବାହା ହେଉଛନ୍ତି ବୋଲି ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାଁ ଗୋପି ବୋଲି ଆମେ ଜାଣିଥିଲୁ । ହେଲେ ଆଜି ସକାଳେ ଆମେ ଜାଣିବାକୁ ପାଇଲୁ ଯେ, ଗୁରପ୍ରିତ୍ ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିବେ ’ ।

Advertisment

ଆପ୍‌ନେତାଙ୍କ କହିବା ଅନୁସାରେ, ମାନ୍‌ଙ୍କ ପରିବାର ସଦସ୍ୟଙ୍କ ସମେତ କିଛି ଅତିଥିଙ୍କ ଉପସ୍ଥିତିରେ ଶିଖ୍‌ ରୀତିନୀତିରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି । 

Chief Minister Bhagwant Mann Punjab CM Bhagwant Mann Marriage Dr Gurpreet Kaur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ