Advertisment

Viral Video: ଦିଲ୍ଲୀରେ AAP-BJP ନେତା ମାରପିଟ୍, ଚୁଟି ଟଣାଠୁ ଆରମ୍ଭ କରି ଗୋଇଠା ମରା ଯାଏଁ..

ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।

Delhi MCD

Delhi MCD

Advertisment

ହାତାହାତି ଆପ୍ ଓ ବିଜେପି ନେତା । ଦିଲ୍ଲୀ ମେୟର ନିର୍ବାଚନ ହେବା ପରେ ବି ଥମିନି ବିବାଦ । ଏମସିଡି ହାଉସରେ ପିଟାପିଟି ହେଲେ ଶାସନାଧିନ ଆପ ଓ ବିଜେପି କର୍ପୋରେଟର । ଲାତ, ଗୋଇଠା, ଚାପୁଡ଼ା, ପୁଣି ଚୁଟି ଟଣାଟଣି । ଷ୍ଟାଣ୍ଡିଂ କମିଟି ସଦସ୍ୟ ଚୟନକୁ ନେଇ ଗତକାଲି ରାତିସାରା ପାଲା ଲାଗି ରହିଥିବା ବେଳେ ଆଜି ବି ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି ।

Advertisment

ଏହି ଗଣ୍ଡଗୋଳରେ ଏକାଧିକ ବିଜେପି ଓ ଆପ୍ ନେତା ଆହତ ବି ହୋଇଛନ୍ତିା ପୋଲିସ୍ ଆସି ଯେତେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି କେହି ଶୁଣିନଥିଲେ । ଏମିତି କି ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।

Advertisment
Advertisment

BJP Delhi AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ